
ସିଭିଲ କୋର୍ଟ ରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ l
ଅନୁଗୋଳ (କରୁଣାକର ନାୟକ)୧୬/୮:- ଆଠମଲ୍ଲିକ ସିଭିଲ କୋର୍ଟ ପରିସରରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ରଞ୍ଜନ କୁମାର ସୁତାର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ପୁଲିସ ପକ୍ଷରୁ ଜାତୀୟ ପତାକା କୁ ସମ୍ମାନ ଜଣାଯାଇଥିଲା l ସମ୍ମାନିତ ଅତିଥିଭାବେ ସବଜଜ ଲିଙ୍କି ପ୍ରିୟା ସାହୁ, ଏସଡ଼ିଜେଏମ ସିଙ୍କୁନ ରାୟ ଯୋଗ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ଓକିଲସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସମ୍ପାଦକ ଅର୍ଜୁନ ରାଉଳ, ସହ ସମ୍ପାଦକ ନୀଳାଞ୍ଚଳ ନାଏକ,ସରକାରୀ ଓଜିଲ ବିଜୟ କୁମାର ମହାକୁଡ଼, ଅନ୍ତର୍ଯ୍ୟାମୀ ରାଉଳ,ରଞ୍ଜନ କୁମାର ବେହେରା,ଦିନେଶ କୁମାର ସିଂହ, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବାମନ କୁମାର ମିଶ୍ର ଙ୍କ ସମେତ ଅନ୍ୟ ଆଇନଜୀବୀ ଗଣ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଶାନ୍ତ କୁମାର ତଉଡିଆ, କ୍ରିମିନାଲ କୋର୍ଟ ଓକିଲସଂଘ ସଭାପତି ଅଞ୍ଜନ କୁମାର ପ୍ରଧାନ, ସମ୍ପାଦକ ସୁଧାଂଶୁ ଶେଖର ବେହେରା, ସରକାରୀ ଓକିଲ ସଚ୍ଚିଦାନନ୍ଦ ପାଣିଗ୍ରାହୀ ଓ ଅଦାଲତ ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଜାତୀୟ ପତାକା କୁ ସମ୍ମାନ ଜଣାଇଥିଲେ l ପରେ ଆଠମଲ୍ଲିକ ଓକିଲସଂଘ କାର୍ଯ୍ୟାଳୟ ସମ୍ମୁଖରେ ଥିବା କୁଳବୃଦ୍ଧ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ, ସବଜଜ ଓ ଏସଡ଼ିଜେଏମ ଙ୍କ ସମେତ ଅନ୍ୟ ଆଇନଜୀବୀ ମାନେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଶେଷରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ସୁତାର ଙ୍କ ଅଧ୍ୟକ୍ଷତା ରେ ସମସ୍ତ ଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l