logo

ସାପ କାମୁଡ଼ାରେ ମହିଳା ମୃତ୍ୟୁ।

ଧାମନଗର : ଧାମନଗର ବିଜ୍ଞାପିତ ଅଞ୍ଚଳ ୪ ନମ୍ବର ୱାର୍ଡ ମୁନିସିପାଟଣା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ସେକ କେଡୁଙ୍କ ସ୍ତ୍ରୀ ହେଦାତୁନ ବିବି ବୋଲି ଜଣାପଡିଛି। ସେ ବିଲରେ ଘାସ କାଟୁଥିବା ବେଳେ ତାଙ୍କୁ ସାପ କାମୁଡିଥିଲା। ମହିଳାଙ୍କ ଚିତ୍କାର ଶୁଣି ଲୋକେ ତାଙ୍କୁ ଧାମନଗର ଡାକ୍ତରଖାନାକୁ ନେଇଥିଲେ। ତେବେ ଆଗରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ। ପୁଲିସ ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିବା ପରେ ମୁସଲିମ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

0
57 views