logo

ସମାଧାନ ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ପାଳନ

ଅନୁଗୋଳ (କରୁଣାକର)୧୬/୮ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଏଡା ପଞ୍ଚାୟତ ରେ ଅବସ୍ଥିତ ସମାଧାନ ଶିକ୍ଷା ନିକେତନରେ ମହା ଆଡମ୍ବରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି l ବିଦ୍ୟାଳୟର ଛାତ୍ର /ଛାତ୍ରୀମାନେ ରାଧା, କୃଷ୍ଣ, ବଳରାମ, ଯଶୋମତି, କଂସ, ପୁତନା ଆଦି ବିଭିନ୍ନ ବେଶ ପୋଷାକରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରିଥିଲେ l ବିଦ୍ୟାଳୟକୁ ଫେରିବା ପରେ ସମସ୍ତଙ୍କୁ ଦୀପ କଳସ ବସାଇ ପାରମ୍ପରିକ ରୀତି ନୀତିରେ ବନ୍ଦାପନା କରାଯାଇଥିଲା l ବିଦ୍ୟାଳୟ ପରିସରରେ ଦଧି ହାଣ୍ଡି ଭାଙ୍ଗି କୃଷ୍ଣ ଦଧି ଖାଇବା ଦୃଶ୍ୟ ବେଶ ଆକର୍ଷଣ ହୋଇଥିଲା l ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଅଧ୍ୟକ୍ଷ ରମେଶ ମହାନ୍ତି ଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଉପଦେଷ୍ଟା ମାଧବ ଚନ୍ଦ୍ର ସାହୁ, ଅରବିନ୍ଦ କ୍ଷେତ୍ତୀ, ବିଦ୍ୟାଳୟ ନିର୍ଦ୍ଦେଶକ ବିନୟ କୁମାର ପଟ୍ଟନାୟକ, ସଂଯୁକ୍ତା ପଟ୍ଟନାୟକ, ରଶ୍ମିତା ମହାନ୍ତି, ମାତୃମଞ୍ଚ ସଭାନେତ୍ରୀ ମାନସୀ ରାଜ, ସଭ୍ୟା ବାସନ୍ତୀ ମଲ୍ଲିକ, ମାମି ନାୟକ, ପ୍ରଭାତୀ ବେହେରା, ଗୁରୁଜୀ ନରହରି ପ୍ରଧାନ, ଗୁରୁମା ପ୍ରଭାତ ନଳିନୀ କ୍ଷେତ୍ତୀ,ଭୂମିସୁତା ସାହୁ, ମାମାଲି ତରିଆ, ଚିନ୍ମୟୀ କ୍ଷେତ୍ତୀ, ମମତା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ l

313
8822 views