logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସରକାର ମହିଳା ବିରୋଧୀ :- ମୋନିକା ପନ୍ତ 22/12 :- ବିଜେପି ମହିଳା ମୋର୍ଚ୍ଚା କେନ୍ଦ୍ରାପଡ଼ା ତରଫରୁ ଇଚ୍ଛାପୁର ସ୍ଥିତ ପାୟଲ ମଣ୍ଡପରେ

ରାଜ୍ୟ ସରକାର ମହିଳା ବିରୋଧୀ :- ମୋନିକା ପନ୍ତ
22/12 :- ବିଜେପି ମହିଳା ମୋର୍ଚ୍ଚା କେନ୍ଦ୍ରାପଡ଼ା ତରଫରୁ ଇଚ୍ଛାପୁର ସ୍ଥିତ ପାୟଲ ମଣ୍ଡପରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ 2ଦିନିଆ ଜିଲ୍ଲା ଗସ୍ତରେ ଆସିଥିବା ଦିଲ୍ଲୀ ପ୍ରଦେଶ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ମୋନିକା ପନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ରାଜ୍ୟ ସରକାରଙ୍କ "ମା ' କୁ ସମ୍ମାନ" କେବଳ ସ୍ଲୋଗାନ ହୋଇ ରହିଯାଇଛି l ଓଡ଼ିଶାର ମହିଳା ଅସୁରକ୍ଷିତ l ରାଜ୍ୟ ସରକାର କେନ୍ଦ୍ର ଯୋଜନା ଗୁଡିକୁ ନିଜ ନାମରେ ବ୍ରାଣ୍ଡିଂ କରିବାରେ ଲାଗିଛି l ବିନା ଲାଞ୍ଚ ରେ ଓଡିଶା ରେ କୌଣସି କାର୍ଯ୍ୟ ହେଉନାହିଁ l ତେଣୁ କେନ୍ଦ୍ର ସରକାରଙ୍କ ସମସ୍ତ ଜନହିତକର ଯୋଜନା ଗୁଡିକୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇଵାପାଇଁ ମାତୃଶକ୍ତିକୁ ସଶକ୍ତ ଓ ସଂଗଠିତ ହେବାକୁ ପଡିବ ବୋଲି ମତବ୍ୟକ୍ତ କରିଥିଲେ l କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ଦର୍ଶନ କରି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶ୍ରୀମତୀ ପନ୍ତଙ୍କୁ ମହିଳା ମୋର୍ଚ୍ଚା ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳାମୋର୍ଚ୍ଚା ସମ୍ପାଦିକା ତଥା ଜିଲ୍ଲା ପ୍ରଭାରୀ ଜୟଲକ୍ଷ୍ମୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ଉପସଭାପତି ଅହଲ୍ୟା ଲେଙ୍କା, ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ, ଜିଲ୍ଲା କୋଷାଧକ୍ଷା ତଥା ମହିଳା ମୋର୍ଚ୍ଚା ପ୍ରଭାରୀ ପ୍ରତିମା ନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ସାମଲ, ଉପସଭାନେତ୍ରୀ ନମିତା ବଳ, ସାଧାରଣ ସମ୍ପାଦିକା ବନ୍ଦନାରାଣୀ ରାଉତରାୟ, ଲିଜାରାଣୀ ଦାସ, ସମ୍ପାଦିକା ଝିଲ୍ଲୀ ଦାସ,ନଗର ସଭା ନେତ୍ରୀ ନିହାରିକ ନାୟକ ସରସ୍ବତୀ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ

171
19439 views

Comment