logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆସନ୍ତା ଡିସେମ୍ବର ୧ ରୁ କଂଗ୍ରେସ ପକ୍ଷରୁ ତୁଳସୀ ଯାତ୍ରା ପାଇଁ ନିଷ୍ପତି: ସାମ୍ବାଦିକ ସମ୍ମିଳନୀରେ ସୂଚନା


ବାରିପଦା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରତିଦିନ ଶ୍ରୀକ୍ଷେତ୍ର ପୁରୀକୁ ଆସିଥାନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ପୁରୀ ଶ୍ରୀମନ୍ଦିର ର ଚାରି ଦ୍ବାର ମଧ୍ୟରୁ ଗୋଟିଏ ଦ୍ବାରରେ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଛି। ଫଳରେ ଶ୍ରଦ୍ଧାଳୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଏଥିବା ଅଭିଯୋଗ କରିଛି କଂଗ୍ରେସ। ଏହାଛଡା ରତ୍ନ ଭଣ୍ଡାର ଖୋଲିବା ଏବଂ ରତ୍ନ ଭଣ୍ଡାରରେ ଥିବା ବହୁ ମୁଲ୍ୟ ରତ୍ନର ଗଣତି ଓ ରତ୍ନ ଭଣ୍ଡାରର ମରାମତି, ବେଦାନ୍ତ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ଯଥାଶିଘ୍ର ଫେରସ୍ତ କରିବା ଆଦି ଛଅ ଗୋଟି ଦାବିକୁ ନେଇ ଡିସେମ୍ବର ୧ ତାରିଖ କଂଗ୍ରେସ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ତୁଳସୀ ସଂଗ୍ରହ କରି ପୁରୀ ଅଭିମୁଖେ ତୁଳସୀ ଯାତ୍ରା ପାଇଁ ନିଷ୍ପତି କରାଯାଇଅଛି। ଏ ନେଇ ବାରିପଦା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଯୋଗେଶ ଅଗ୍ରଓ୍ବାଲ, ସୂଚନା ଦେଇଛନ୍ତି।

161
16893 views

Comment