logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗ ଜାନୁଆରି ୧୭ରେ ଲୋକାର୍ପିତ ହେବ. ଶେଷ ହେଲା ମାପଚୁପ କାର୍ଯ୍ୟ.

କଟକ/ପୁରୀ : ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ ଉତ୍ସବ ଆସନ୍ତା ଜାନୁଆରି ୧୭ରେ ଆୟୋଜନ ହେବ। ଯଜ୍ଞ ଅନୁଷ୍ଠିତ ହେବା ସ୍ଥାନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସମେତ ପରିଚାଳନା କମିଟିର ସଦସ୍ୟ, ଦେଉଳ ପୁରୋହିତ, ଓବିସିସି, ଟାଟା ଅଧିକାରୀମାନେ ପରିଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ଯଜ୍ଞ ହେବାନେଇ ଚୂଡାନ୍ତ ହେବାପରେ ମାପଚୁପ କାର୍ଯ୍ୟ ମଧ୍ୟ ଆଜି ଶେଷ ହୋଇଛି। ୧୫ ତାରିଖ ସକାଳ ସାଢ଼େ ୭ଟାରେ ଯଜ୍ଞ ଆରମ୍ଭ ହେବ। ଜାନୁଆରି ୧୭ ତାରିଖରେ କର୍ତ୍ତା ଭାବେ ଯୋଗଦେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଯଜ୍ଞ କୁଣ୍ଡରେ ପୂର୍ଣ୍ନାହୂତି ଦେବେ। ୨୪ ଘଣ୍ଟିଆ ଅଖଣ୍ଡ ନାମ ସଂକୀର୍ତ୍ତନ କରାଯିବ | ଆସନ୍ତା ଜାନୁଆରି ୧୭ରେ ଲୋକାର୍ପଣ ଉତ୍ସବ ସମାହିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

145
15293 views

Comment