logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ୟୁଥ କ୍ଲବ ଡେରଙ୍ଗ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଉଦ୍ଧଘାଟିତ*

ୟୁଥ କ୍ଲବ ଡେରଙ୍ଗ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଉଦ୍ଧଘାଟିତ

ଅନୁଗୋଳ ଜିଲ୍ଲା :କଣିହାଁ ବ୍ଲକ ଡେରଙ୍ଗ ପଞ୍ଚାୟତ ଡେରଙ୍ଗ ଗ୍ରାମର ୟୁଥ କ୍ଲବ ଡେରଙ୍ଗ ତରଫରୁ ଭଲିବଲ ଟୁର୍ନାମେଣ୍ଟ ଡେରଙ୍ଗ ମେଡିକାଲ ଛକ ଭଲିବଲ ଖେଳ ପଡିଆ ଠାରେ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିଲାଗି ମୁଖ୍ୟ ଅତିଥିଭାବେ ଡେରଙ୍ଗ ଗ୍ରାମର ସଭାପତି ଦିଲ୍ଲୀପ କୁମାର ବେହେରା, ଡେରଙ୍ଗ ଗ୍ରାମ ପଞ୍ଚାୟତ ବିଜେଡ଼ି ସଭାପତି ପୁରଷତ୍ତମ ସାହୁ,ଡେରଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ବେହେରା, ନାଏବେ ସରପଞ୍ଚ ବୁଲୁ ସାହୁ, ଝୁନା ସାହୁ, ସୁନିଲ ସାହୁ, ସୁଧାକର ବେହେରା, ଦିବାକର ବେହେରା, ସୁବାଷ ବେହେରା, ଲିପୁ ସାହୁ, ରଞ୍ଜନ କୁମାର ସାହୁ,ଟିକଟ ବେହେରା,ସାମ୍ବାଦିକ ଦୁଷ୍ମନ୍ତ ବେହେରା, ଦୀପକ ବେହେରା, ରଞ୍ଜନ କୁମାର ସାହୁ, ଜିତେନ୍ କୁମାର ସାହୁ, ଡେରଙ୍ଗ ଗ୍ରାମର ବୟଜ୍ୟେଷ୍ଟ ବ୍ୟକ୍ତି ପ୍ରମୁଖ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦ୍ୱୀପ ପ୍ରଜ୍ବଳନ କରି ରିବିନ କାଟି ଭଳିବଲ ଟୁର୍ନାମେଣ୍ଟ ଉଦଘାଟନ କରିଥିଲେ l ତେବେ ଆଜିର ଉଦ୍ଘାଟନୀ ଉତ୍ସବରେ କଣିହାଁ ବ୍ଲକର 8ଟି ଦଳକୁ ନେଇ ଅନୁଷ୍ଠିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ଗୋଟିଏ ଦିନ ଧରି ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ 8ଟି ତଥା ଡେରଙ୍ଗ ୟୁଥ କ୍ଲବ, କଂସମୁଣ୍ଡା, ଟାକୁଆ,ବ୍ରାହ୍ମଣବିଲି, ପଥରମୁଣ୍ଡା,ରଙ୍ଗବେଡା, ସନ୍ତରାବନ୍ଧ,ସୁନିଲ ୱାର୍ରଇଏର୍ସ,ଏହି ଦଳକୁ ନେଇ ଏହି ମ୍ୟାଚେ ଅନୁଷ୍ଠିତ ହୋଇଯାଇଛି l କ୍ରୀଡା ଏକ ମନୁଷ୍ୟର ଅଭିଛେଦ୍ୟ ଅଙ୍ଗ ଯେମିତି ଖାଦ୍ୟ ବିନା ଆମେ ବଞ୍ଚି ପରିବା ନାହିଁ କ୍ରୀଡାଦ୍ୱାରା ମନୁଷ୍ୟର ଶରୀରକୁ ଶାନ୍ତି ମିଳିଥାଏ l ତେଣୁ ଆନନ୍ଦ ଓ ହସ ଉଲ୍ଲାସର ସହ ଆମେ ଏହି କ୍ରୀଡାରେ ଭାଗ ନେବା ବୋଲି ମୁଖ୍ୟ ଅତିଥି ମାନେ କହିଥିଲେ l ସେପଟେ ଲୁଚି ରହିଥିବା ଖେଳାଳି ମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ବୋଲି ୟୁଥ କ୍ଲବ ଡେରଙ୍ଗ ଭଲିବଲ ଟୁର୍ନାମେଣ୍ଟ ଆୟୋଜକ ମାନେ କହିଥିଲେ l

161
5856 views

Comment