logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବକୁ ଭେଟିଲେ କଂଗ୍ରେସ ନେତା ସୂର୍ଯ୍ୟମଣି ସାହୁ

କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବକୁ ଭେଟିଲେ କଂଗ୍ରେସ ନେତା ସୂର୍ଯ୍ୟମଣି ସାହୁ

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ: ସମଲ ସ୍ଥିତ ସରକାରୀ ଗେଷ୍ଟ ହାଉସ ଠାରେ କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବର ସମସ୍ତ ସଦସ୍ୟଙ୍କୁ ସରକାରୀ ଗେଷ୍ଟ ହାଉସରେ କଂଗ୍ରେସ ନେତା ସୂର୍ଯ୍ୟମଣି ସାହୁ ଭେଟି ଆଗାମୀ ନିର୍ବାଚନ ବିଷୟରେ ନିଜ କାର୍ଯ୍ୟ ବିଧିର ଆଲୋଚନା କରି ତାଳଚେର ନିର୍ବାଚନ ମଣ୍ଡଳୀ ଆଗାମୀ କାର୍ଯ୍ୟ ପନ୍ଥା ନିମନ୍ତେ ବିବୃତି ଦେଲେ କଂଗ୍ରେସ ନେତା ତଥା ଶ୍ରମିକ ନେତା ସୂର୍ଯ୍ୟମଣି ସାହୁ କହିଛନ୍ତି l ମୁଁ ଆଗରୁ ବିଜେଡ଼ିରେ କର୍ମୀ ଭାବେ କାର୍ଯ୍ୟ କରୁଥିଲି କିନ୍ତୁ ମୋତେ ବିଜେଡ଼ିର ସବୁ କାର୍ଯ୍ୟରେ ଅଣଦେଖା କରନ୍ତି l ସେଥିପାଇଁ ମୁଁ ବିଜେଡ଼ି ଛାଡି ରାଜ୍ୟ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସରେ ସାମିଲ ହେଲି l ଶ୍ରୀ ସାହୁ ଆଗରୁ ସେ ଜଣେ ଶ୍ରମିକ ନେତା ଓ କୃଷକ ନେତା ଭାବେ ଜଣାଶୁଣା ସେ ଆଗରୁ ଗରିବ ଖଟିଖିଆ ମୂଲ୍ୟା ମାନଙ୍କ ନ୍ୟାୟ ପାଇଁ ଲଢେଇ କରିବା ସହିତ ଏନ ଟି ପି ସି, ଜିନ୍ଦଲ, ମନ୍ଦାକିନୀ, ଏମ ସି ଏଲ ଆଦି କ୍ଷେତିଗ୍ରସ୍ତ ପ୍ରଜାଙ୍କ ପାଇଁ ଲଢେଇ କରିଛନ୍ତି ବୋଲି ଶ୍ରୀ ସାହୁ କଂଗ୍ରେସ ମିଶିବା ପରେ ତାଙ୍କ ମତ ଗଣମାଧ୍ୟମକୁ ମତ ପ୍ରକାଶ କରିଛନ୍ତି l ଏହି ବୈଠକରେ କଣିହାଁ ଆକ୍ଟିଭ ମିଡ଼ିଆ ୟୁଥ କ୍ଲବର ସମ୍ପାଦକ ବଳଭଦ୍ର ନାଏକ, କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ନାଏକ, ଉପଦେଷ୍ଟା ବିଜୟ କୁମାର ବେହେରା, ଖଗେଶ୍ୱର ନାଏକ, ଉପ ସଭାପତି ମନୋଜ କୁମାର ସାହୁ, ସୁନୀଲ ପାଣି, ରଞ୍ଜନ କୁମାର ସାହୁ, ଦୁଷ୍ମନ୍ତ ବେହେରା, ଜିତେନ୍ କୁମାର ସାହୁ, ବୁଲୁ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ l

193
5272 views

Comment