logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଜିଗୋଳରେ ସ୍ୱେଛାକୃତ ରକ୍ତଦାନ ଶିବିର ସ୍ୱେଛାକୃତ ଶିବିର ପ୍ରତି ବଢୁଛି ଆସ୍ଥା, ୮୫ୟୁନିଟ୍ ସଂଗ୍ରହ

ବିଜିଗୋଳରେ ସ୍ୱେଛାକୃତ ରକ୍ତଦାନ ଶିବିର
ସ୍ୱେଛାକୃତ ଶିବିର ପ୍ରତି ବଢୁଛି ଆସ୍ଥା, ୮୫ୟୁନିଟ୍ ସଂଗ୍ରହ

କଣିହାଁ,୧୮/୩:ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ପଂଚାୟତସ୍ଥ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ରବିବାର ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସମୁଦାୟ ୮୫ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ସ୍ଥାନୀୟ ସରପଂଚ ରୁକ୍ମିଣୀ ପ୍ରଧାନ, ଏନ୍‌ଟିପିସି ସିଆଇଏସ୍‌ଏଫ୍ ଡେପୁଟି କମାଣ୍ଡାଟ୍ ବ୍ରିଜ୍ ମୋହନ ସିଂ, ସନ୍ତୋଷ କୁମାର ସାହୁ, ବିରୁପାକ୍ଷ ବିଶ୍ୱାଳ, ସୁନୀଲ୍ କୁମାର ଚୈାଧୂରି, ପ୍ରସ୍ନଜିତ୍ ପଢିଆରି ପ୍ରମୁଖ ବରିଷ୍ଠ ସିଆଇଏସ୍‌ଏଫ୍ ଅଧିକାରୀ ଅତିଥି ଭାବରେ ଯୋଗଦେଇ ଶିବିରକୁ ଉଦ୍‌ଘାଟନ କରିଥିଲେ । ଏନ୍‌ଟିପିସି ପ୍ରକଳ୍ପ ପକ୍ଷରୁ ଟିଫିନ୍ ବ୍ୟବସ୍ଥା କରାଯାଇଥିଲା । ବିଜିଗୋଳ ସୂରକ୍ଷା ସଂଘ, ଓଡିଶା ଡ୍ରାଇଭର ମହାସଂଘ, ଲକ୍ଷ୍ମୀ ନାରାୟଣ ୟୁଥ୍ ଟ୍ରଷ୍ଟ୍‌, କଣିହାଁ ଶାଖା ଉତ୍କଳ ସାମ୍ବାଦିକ ସଂଘ, ଆଂଚଳିକ ଟ୍ରକ୍ ମାଲିକ ସଂଘ, ଏନ୍‌ଟିପିସି ବଣିକ ସଂଘ ପ୍ରମୁଖ ସହଯୋଗ କରିଥିଲେ । ଉପଖଣ୍ଡ ରକ୍ତ ଭଣ୍ଡାର ସଂଯୋଜକ ବଳରାମ ପତି, ଟେକ୍ନିସିଆନ କୁମୁନ୍ଦ ସାହୁ ଓ ଗୋପାଳ ବେହେରା, ଷ୍ଟାପ୍‌ନର୍ସ ପଦ୍ମୀନି ସାହୁ ଏବଂ ତ୍ରିନାଥ ଓତା, ରାଜକିଶୋର ପ୍ରଧାନ, ଚନ୍ଦ୍ରମଣି ନାଏକ, ପଦି ମହାପାତ୍ର ପ୍ରମୁଖ ରକ୍ତଭଣ୍ଡାର କର୍ମଚାରୀ ରକ୍ତସଂଗ୍ରହ କରିଥିଲେ । କଣିହାଁ ମହାବିଦ୍ୟାଳୟ ଅଧ୍ୟାପକ ସତ୍ୟନାରାୟଣ ପରିଡାଙ୍କ ୪୨ଥର ଏବଂ ଅଧ୍ୟାପିକା ସାଗରିକା ମଲ୍ଲିକଙ୍କର ୨୫ଥର ଏବଂ ରକ୍ତଦାତା ତ୍ରିନାଥ ଓତା ୮ଥର ରକ୍ତଦାନ କରିଥିଲେ । ଏହି ଅବସରରେ ବିଜିଗୋଳ ସୂରକ୍ଷା ସଂଘ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନଙ୍କ ଆଦର୍ଶରେ ଯୁବପିଢି ଅନୁପ୍ରାଣିତ ହୋଇ ସ୍ୱେଛାକୃତ ରକ୍ତଦାନ ପାଇଁ ଆଗେଇ ଆସିବାକୁ ଶିବିର ପକ୍ଷରୁ କୁହାଯାଇଥିଲା । ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅଶୋକ ମହାନ୍ତି ଅତିଥି ଭାବରେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବିିଜିଗୋଳ ସୂରକ୍ଷା ସଂଘ ପୂର୍ବତନ ସଭାପତି ଟିକନ ସାହୁ, ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରଧାନ, କୋଷାଧକ୍ଷ ସୁଲେନ୍ କୁମାର ଧର, ଓଡିଶା ଡ୍ରାଇଭର ମହାସଂଘ ସଭାପତି ଧୀରେନ୍ ବିଶ୍ୱାଳ, ସରୋଜ କୁମାର ସାହୁ, ଉତ୍କଳ ସାମ୍ବାଦିକ ସଂଘ କଣିହାଁ ଶାଖା ସଭାପତି କଷ୍ଟୁ ଚରଣ ସାମଲ, ଉପସଭାପତି ଅଲେଖ ଭୂତିଆ ଓ ଟୁନା ସାହୁ, କୋଷାଧକ୍ଷ ମହେଶ୍ୱର ନାଏକ, ଟୋଲୋକବେଡା ଲକ୍ଷ୍ମୀନାରାୟଣ ୟୁଥ୍ ଟ୍ରଷ୍ଟ ର ବବୁଲ୍ ପ୍ରଧାନ, ଚକ୍ରଧର ସାହୁ, ସୈାରଭ ପ୍ରଧାନ, ସତ୍ୟରଂଜନ ସାହୁ. ମାନସ ପ୍ରଧାନ, ଅର୍ଜୁନ ପ୍ରଧାନ, ବିଜୟ ବେହେରା, ଦୀପକ ବାରିକ୍‌, ସୁରସେନ ବେହେରା, କମଳିନୀ ସେଠି, ପିଣ୍ଟୁ ସାହୁ ଏବଂ ଶିବପ୍ରସାଦ ରାଉତ, ଶ୍ରବଣ କୁମାର ସାହୁ, ରୁପକ ପାଣି, ବେଣୁଧର ବେହେରା ପ୍ରମୁଖ ସମାଜସେବୀ ସାମିଲ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

146
6450 views

Comment