logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପୁଣି ତେଜିଲା ମାଁ ହୀରାନିଲା ସ୍ନାତକ +୩ ମହାବିଦ୍ୟାଳୟର ଅନିୟମିତତା ପ୍ରସଙ୍ଗ

କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ଥିତ ମାଁ ହୀରାନିଲା ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟ ଘୋର ଅନିୟମିତତା ମଧ୍ୟ୍ୟରେ ଗତି କରୁଥିବା ଅଭିଯୋଗ ସାମ୍ନାକୁ ଆସୁଛି। ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କର ଭବିଷ୍ୟତ ଗଡ଼ିବା ଆଶା ନେଇଁ ଆସିଥାନ୍ତି ଏହି ଶିକ୍ଷା ଅନୁଷ୍ଠାନ ବର୍ତମାନ ବିବାଦ ମଧ୍ୟରେ ଟାଣି ହୋଇଯାଇଛି। ଦୀର୍ଘ ତିନି ବର୍ଷ ପୂର୍ବରୁ ଉକ୍ତ କଲେଜରେ କାର୍ଯ୍ୟରତ ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ କୈାଣସି ଏକ ବିବାଦୀୟ କାରଣରୁ ଚାକିରିରୁ ଅପସାରିତ କରାଯାଇଥିଲା। ସରକାରଙ୍କ ପକ୍ଷରୁ ପାଉଥିବା ନିୟମିତ ଦରମାକୁ ମଧ୍ୟ ବନ୍ଧ କରାଯାଇଥିଲା। ଏସମ୍ବନ୍ଧରେ ଶ୍ରୀ ସାହୁ ମାନ୍ୟବର ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହୋଇ ଏକ ପିଟିସନ ଦାଖଲ କରିଥିଲେ। ଫଳରେ ଜୁଲାଇ ୨୭/୨୦୨୩ ରେ ମାନ୍ୟବର ଉଚ୍ଚ ନିୟ୍ୟାଳୟ ଓଡ଼ିଶାଙ୍କ ପକ୍ଷରୁ ଏକ ନିର୍ଦେଶନାମା ଜାରିକରାଯାଇଥିଲା। ୭ ମାର୍ଚ୍ଚ ୨୪ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରସନ୍ନ କୁମାର ସାହୁ (ଡିଡିଓ)କ୍ଷମତାକୁ ଆସି ଅପବ୍ୟବହାର କରୁଥିବା ନେଇ କଳାହାଣ୍ଡି ଉପଜିଲ୍ଲାପାଳଙ୍କ ଏବଂ ଡେପୁଟି ଡାଇରେକ୍ଟରଙ୍କୁ ଏସମ୍ବନ୍ଧରେ ଚିଠି କରି ଉତ୍ତର ମଗାଯାଇଥିଲା ଏବଂ ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ ଏକ ନିର୍ଦେଶ ନାମା ମଧ୍ୟ ଜାରିକରାଯାଇଥିଲା ଯେଉଁଥିରେ କଲେଜର ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କୁ ସମସ୍ତ ଦରମା ଫେରେଇବା ପାଇଁ କଡ଼ା କଡ଼ି ନିର୍ଦେଶ ଦିଆଯାଇଥିଲା। ଫଳରେ ଭୁବନେଶ୍ୱର ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ଉପଜିଲ୍ଲାପାଳ ଏବଂ ମାଁ ହୀରାନିଲା କଲେଜ ଗଭର୍ନିଙ୍ଗ ବଡିର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ସାହୁଙ୍କୁ ଚିଠି କରି ଚାକିରୀର ସବିଶେଷ ବିବରଣୀ ଏବଂ ସମସ୍ତ ଦରମା ଦେବା ପାଇଁ ଚିଠିରେ ଉଲେଖ କରିଥିଲେ। ହେଲେ ଆଜକୁ ୮ ମାସରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ସୁଦ୍ଧା ଉପଜିଲ୍ଲାପାଳଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଏହାକୁ ନେଇ ଆଜି ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଗଣମାଧ୍ୟମ ଆଗରେ ଆସି ପ୍ରତିକ୍ରିୟା ମାଧ୍ୟମରେ କହିଛନ୍ତି ଯେ ମୁଁ ତ ସରକାରଙ୍କ ଦ୍ବାରା ଅନୁମୋଦିତ ଅଧ୍ୟକ୍ଷ ଥିଲି ହେଲେ ମାଁ ହୀରାନିଲା ସ୍ନାତକ +୩ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ସରକାରଙ୍କ ଦ୍ୱାରା ଅନୁମୋଦିତ ଅଧ୍ୟକ୍ଷ ନହୋଇ ମଧ୍ୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ଦରମା ପ୍ରଦାନ କରୁଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ନିର୍ଦେଶ ସତ୍ୱେ କଣ ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ଏବଂ ଭବାନୀପାଟଣା ଉପଜିଲ୍ଲାପାଳ ମତେ ମୋର ଦରମା ପ୍ରଦାନ ତଥା କାର୍ଯ୍ୟରେ ନିଯୁକ୍ତି ସମ୍ବନ୍ଧୀୟ ଆଦେଶ ପ୍ରଦାନ କରିବାକୁ କାହିଁକି କୁଣ୍ଠାବୋଧ ହେଉଛନ୍ତି ବୋଲି କହିଛନ୍ତି। ତେବେ ଏହାକୁ ନେଇ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁଙ୍କୁ ପଚାରିବାରୁ ସେ ସିଧାସଳଖ ପ୍ରତିକ୍ରିୟା ଦେବା ପାଇଁ ମନା କରିଥିବା ବେଳେ ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କଲେଜ ବିବାଦର ସମାଧାନ କଲେ ଏହି ମହାବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି ହେବ ଏବଂ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜଳମୟ ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

144
885 views

Comment