logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଗାଁ ଗାଁ ବୋଲି ବିଜେଡି ବିଧାୟକ ପ୍ରାର୍ଥୀ ମୁକେଶ ପାଲ ଙ୍କ ନିର୍ବାଚନ ପ୍ରଚାର।

ପାଲଲହଡା- ସାଧାରଣ ନିର୍ବାଚନ 2024 କୁ ଆଉ ମାତ୍ର 45 ଦିନ ଥିବା ବେଳେ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଯାଇଛି। ବହୁ ଦିନର ପରମ୍ପରା କୁ ଭାଙ୍ଗି ଦ୍ଵିତୀୟ ଥର ପାଇଁ ବିଜେଡି ଦଳ ବିଧାୟକ ମୁକେଶ ପାଲ କୁ ପ୍ରାର୍ଥୀ କରି ନୂଆଁ ମୁହଁ ଚର୍ଚ୍ଚା କୁ ଅବସାନ କରି ପାଲଲହଡା ର ରାଜନୈତିକ ପାଣିପାଗ କୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ବିଧାୟକ ପ୍ରାର୍ଥୀ ମୁକେଶ ପାଲ ମଧ୍ୟ ଦଳୀୟ ସଂଗଠନ କୁ ପାଥେୟ କରି ଗାଁ ଗାଁ ବୋଲି ପ୍ରଚାର ଆରମ୍ଭ କରିଦେଇଛନ୍ତି।ଦଳରେ ଥିବା ଅସନ୍ତୋଷ କୁ ସମାଧାନ କରି ଲୋକଙ୍କ ସହିତ ବିଗତ ଦିନରେ ନବୀନ ପଟ୍ଟନାୟକ ସରକାର ଙ୍କ ଜନହିତକର ଯୋଜନା ବିଷୟରେ ଆଲୋଚନା କରୁଛନ୍ତି।ଗାଁ ରେ ଥିବା ଅନ୍ୟାନ୍ୟ ସମସ୍ୟା ବିଷୟରେ ଜନସାଧାରଣ ଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି।ଆସନ୍ତା ମେ ମାସ 25 ତାରିଖ ରେ ନିର୍ବାଚନ ହେବାକୁ ଥିବାବେଳେ ଏପ୍ରିଲ 29 ତାରିଖ ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେହି ଅନୁସାରେ ବିଧାୟକ ପ୍ରାର୍ଥୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 46 ପଞ୍ଚାୟତ କୁ ଯାଇ ନାମାଙ୍କନ ଦାଖଲ ପୂର୍ବରୁ ଜନସାଧାରଣ ଙ୍କ ସହିତ ଆଲୋଚନା କରିବା ର ଯୋଜନା ରଖିଥିବା ଜଣାଯାଇଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଚାର ରେ ଚଷାଗୁରୁଜାଙ୍ଗ, ପବିତ୍ରପୁର, ଡିମିରିଆ ଆଦି ପଞ୍ଚାୟତ ର ଜନସାଧାରଣ ଙ୍କ ସହିତ ଖୋଲାଖୋଲି ଆଲୋଚନା କରି ନବୀନ ସରକାର ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଅଶୋକ ମହାନ୍ତି ମଧ୍ୟ ଦଳୀୟ କନ୍ଦଳ କୁ ଦୂର କରି ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଗାଁ ଗାଁ ବୋଲି କେନ୍ଦ୍ର ସରକାର ଙ୍କ କଲ୍ୟାଣକାରୀ ଯୋଜନା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇ ଡବଲ ଇଞ୍ଜିନ ସରକାର ପାଇଁ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି। ମାତ୍ର ଦେଶର ସର୍ବପୁରାତନ କଂଗ୍ରେସ ଦଳ ବର୍ତ୍ତମାନ ଯାଏ ପ୍ରାର୍ଥୀ ଘୋଷଣା କରିବାକୁ ସକ୍ଷମ ହୋଇପାରିନାହିଁ। ତେବେ 5 ବର୍ଷ ରେ ଥରେ ମିଳିଥିବା ନିଜ ଅଧିକାର କୁ ଜନସାଧାରଣ କାହା ଉପରେ ସାବ୍ୟସ୍ତ କରୁଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ।

156
8853 views

Comment