logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଂଚଳା ଠାରେ କଂଗ୍ରେସ ର କର୍ମୀ ସମ୍ମିଳନୀ.......... |


(ଉମରକୋଟ )ତା ୦୧/୦୫-ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ହୃଦୟର ସ୍ପନ୍ଦନ ସେତିକି ସେତିକି ବଢିବାରେ ଲାଗିଛି |ନିର୍ବାଚନ ବିଗୁଲ ବାଜିବା ପରଠାରୁ ପ୍ରାର୍ଥୀ ମାନଙ୍କ ଆଖିରୁ ନିଦ ହଜିଯାଇଛି |ନିର୍ବାଚନ ପ୍ରଚାର କରିବା ପାଇଁ ସମୟ ମଧ୍ୟ କମ, ଏହି କମ ସମୟ ମଧ୍ୟରେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବା କାଠିକର ପାଠ ହୋଇଥିଲେ ମଧ୍ୟ ପ୍ରାର୍ଥୀମାନେ ଅଗ୍ନି ପରୀକ୍ଷା ଦେଇ ଚାଲିଛନ୍ତି |ପ୍ରତି ବ୍ଲକ ର ପଂଚାୟତ, ଗାଁ ଓ ୱାର୍ଡ କୁ ୱାର୍ଡ ଵୁଲି ନିର୍ବାଚନ ପ୍ରଚାର କରିବା ସହ ଭୋଟଭିକ୍ଷା କରୁଛନ୍ତି |ବୈଶାଖ ର ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରାର୍ଥୀମାନେ ନିଜ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ଧରି ବୁଲୁଥିବା ଦେଖିବାକୁ ମିଳୁଛି |ସ୍ଥାନେ ସ୍ଥାନେ କର୍ମୀ ସମ୍ମିଳନୀ ଓ ସଭା ସମିତି କରାଯାଉଛି |ଉମରକୋଟ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ସନରାଜ ଗଣ୍ଡ |ପୂର୍ବରୁ ସେ ରାଇଘର ବ୍ଲକ କୁନ୍ଦେଇ ପଂଚାୟତରେ ସରପଞ୍ଚ ଭାବେ କାର୍ଯ୍ୟ କରୁଥିଲେ |ସେ ଜଣେ ଦକ୍ଷ ସାଙ୍ଗଠନିକ, ଜିଲ୍ଲା କୃଷକ ସଂଗଠନ ର ସେ ଜିଲ୍ଲା ସଭାପତି ଦାୟିତ୍ୱ ତୁଲେଇ ଆସୁଛନ୍ତି |ଉଚ୍ଚ ଶିକ୍ଷିତ, ଜଣେ ଓକିଲ ମଧ୍ୟ |ଦଳ ତାଙ୍କ ଭିତରେ ରହିଥିବା ଦକ୍ଷତାକୁ ଦୃଷ୍ଟିରେ ରଖି ବିଧାୟକ ପ୍ରାର୍ଥୀ ଭାବେ ଛିଡା କରିଛି |ସନରାଜ ଆଜି ଉମର ବ୍ଲକ ବ୍ଲକର ବିଭିନ୍ନ ପଂଚାୟତ ବୁଲିବା ସହ ଏକମ୍ବା ପଂଚାୟତର ଅଂଚଳା ଗ୍ରାମ ଠାରେ ଏକ ମିଶ୍ରଣ ପର୍ବର ଆୟୋଜନ କରିଛନ୍ତି, ଯେଉଁଥିରେ କି ଅନେକ କର୍ମୀ ବିଜେପି ଓ ବିଜେଡି ଦଳ ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି |ସମସ୍ତ କର୍ମୀ ମାନଙ୍କୁ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରାଯାଇଛି |ନୂତନ କର୍ମୀ ମାନଙ୍କ ମଧ୍ୟରେ ବନ କଲାର, ରବି ପନକା, ଚନ୍ଦନ ପନକା, କର୍ଣ୍ଣ ଭତରା, ଧନସିଂ ଭତରା, ବଳରାମ ମାଲି, ରାମବତୀ ହରିଜନ, ଘନ ହରିଜନ, ଉମେଶ ହରିଜନ, ଜଳନ ହରିଜନ, ଲଖଣ ହରିଜନ,ସୁମନ ଭତରା, ଜଗମନ ଗଣ୍ଡ, ମଙ୍ଗଳ ପନକା, ଅର୍ଜୁନ ଭତରା ପ୍ରମୁଖ ବିଜେଡି ଓ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି |

210
18845 views

Comment