logo

*ସିପିଆଇଏମ ପକ୍ଷରୁ ମହାନ୍ ଦାର୍ଶନିକ କାର୍ଲ ମାର୍କସ ଙ୍କ ୨୦୭ ତମ ଜନ୍ମ ଜୟନ୍ତୀ ପାଳିତ* :

ବିଶ୍ଵର ମହାନ୍ ଦାର୍ଶନିକ, ବୈଜ୍ଞାନିକ ସମାଜବାଦର ସ୍ରଷ୍ଟା କାର୍ଲ ମାର୍କସଙ୍କ ୨୦୭ ତମ ଜନ୍ମ ଜୟନ୍ତୀ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ଓ ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ଆଜି ସ୍ଥାନୀୟ ଏ କେ ଜି ଭବନ ଶକ୍ତିନଗରର ସି ପି ଆଇ ଏମ୍ ଜିଲ୍ଲା କାର୍ଯ୍ୟାଳୟ ଠାରେ ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ବରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ସମ୍ପଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା ବଣାଇ ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା, ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବସନ୍ତ ନାୟକ,ରାଉରକେଲା ଆଞ୍ଚଳିକ କମିଟି ସମ୍ପାଦକ ମଣ୍ଡଳୀ ସଦସ୍ୟ ଚନ୍ଦ୍ରଭାନୁ ଦାସ, ଏଲ୍ ସି ସଦସ୍ୟ ଲକ୍ଷ୍ମୀଧର ନାୟକ, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ଅରୁଣ ମହାରଣା, ବାସୁଦେବ ସାହୁ,ଏନ୍ କେ ରାଉତରାୟ,ଜି କେ ନାୟକ, ପ୍ରମୋଦ ପରିଡ଼ା,ହିତେଶ ମଲ୍ଲିକ,ଓମନ୍ତ କୁମାର ମହାନ୍ତ,ପାର୍ଟି ଗଞ୍ଜାମ ଜିଲ୍ଲା ନେତା ନରସିଂହ ସାହୁ ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ କାର୍ଲ ମାର୍କସ ବିଶ୍ଵର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିକୁ ବ୍ୟାଖ୍ୟା କରି ଗୋଟିଏ ବାକ୍ୟରେ ସେ କହିଥିଲେ “ଏ ପର୍ଯ୍ୟନ୍ତ ଧରାପୃଷ୍ଟରେ ତିଷ୍ଠି ରହିଥିବା ମାନବ ସମାଜର ଇତିହାସ ହେଉଛି ଶ୍ରେଣୀ ସଂଗ୍ରାମର ଇତିହାସ। ମାର୍କସ କହିଥିଲେ ଶ୍ରମିକ ଉତ୍ପାଦନ କରୁଥିବା ପଣ୍ୟ ପାଇଁ ପୁଞ୍ଜିପତି ଶ୍ରେଣୀ ବା ମାଲିକ ଶ୍ରମର ଉପଯୁକ୍ତ ମୂଲ୍ୟ ନ ଦେଇ ଶ୍ରମିକର ଶ୍ରମକୁ ନିର୍ମମ ଭାବରେ ଶୋଷଣ କରି ଉଦବୃତ୍ତ ମୂଲ୍ୟ ଜରିଆରେ ମୁନାଫାର ଇମାରତ ଠିଆ କରିଛନ୍ତି। ଶ୍ରମିକକୁ ଶୋଷଣ ବ୍ୟତିରକେ ପୁଞ୍ଜିପତିର ମୁନାଫା ବୃଦ୍ଧି ଅସମ୍ଭବ। ଆମେ ଆଜି ପୁଞ୍ଜିପତି ଶ୍ରେଣୀ ପାଖରେ ମୁନାଫାର ପାହାଡ଼ ଦେଖୁଛନ୍ତି, ତାହା କୋଟି କୋଟି ଶ୍ରମିକଙ୍କର ଝାଳ ଓ ରକ୍ତକୁ ଶୋଷଣ କରି ଅର୍ଜନ କରାଯାଇଛି। ମାର୍କସଙ୍କ ମହାନ୍ କୃତି ମାର୍କସବାଦ ହିଁ ସର୍ବଶ୍ରେଷ୍ଠ ଦର୍ଶନ ଏବଂ ମାର୍କସବାଦୀ ଅର୍ଥନୀତି ହଁ ବିଶ୍ଵର ଶ୍ରେଷ୍ଠ ଅର୍ଥନୀତି। ପୁଞ୍ଜିବାଦି ସମାଜରେ ଚାଲିଥିବା, ଶୋଷଣ,କଷଣ,ଦମନ ଏବଂ ନିର୍ଯାତନାରୁ ମୁକ୍ତି ପାଇଁ ସମାଜବାଦ ହିଁ ଶ୍ରେଷ୍ଠ ସାମାଜିକ ବ୍ୟବସ୍ଥା ବୋଲି ବକ୍ତା ମାନେ କହିଥିଲେ। କାର୍ଲ ମାର୍କସ ଆଜିର ଦିନରେ ମେ ୫ ତାରିଖ ୧୮୧୮ ରେ ଜର୍ମାନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ତାଙ୍କର ଲିଖିତ ଦାସ୍ କ୍ୟାପିଟାଲ ଓ କମ୍ୟୁନିଷ୍ଟ ଇସ୍ତାହାର ଆଜି ସମଗ୍ର ବିଶ୍ଵରେ ଅର୍ଥନୀତି ପାଇଁ ବିଶେଷ ଭାବରେ ଗ୍ରହଣୀୟ ହୋଇପାରିଛି ବୋଲି କହିଥିଲେ।
ରାଉରକେଲା ରୁ ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

4
1021 views