logo

ଆସନ୍ତା ତା୨୦/୫/୨୪ରିଖ ଠାରୁ ତା୨୩/୫/୨୪ରିଖ ପଯ୍ୟନ୍ତ ହେବାକୁଥିବା ବିଶ୍ବଶାନ୍ତି ଯଜ୍ଞର ଚୁଡାନ୍ତ ପ୍ରସ୍ତୁତି ବୈଠକ ସମ୍ପନ୍ନ, ଦାମନଯୋଡି,କୋରାପୁଟ

ଏକୋଇଶିତମ ବିଶ୍ବଶାନ୍ତି ଯଜ୍ଞ ନିମନ୍ତେ ଚୁଡାନ୍ତ ସମୀକ୍ଷା ବୈଠକ
ଦାମନଯୋଡି:-(ନି.ପ୍ର)୧୭/୫/୨୪ ସାଂସ୍କୃତିକ ସହର ଦାମନଯୋଡିରେ ବର୍ଷର ବିଭିନ୍ନ ସମୟରେ କିଛିନାକିଛି ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗିରହିଥାଏ। ଆସନ୍ତା କୋଡ଼ିଏ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏକୋଇଶିତମ ବିଶ୍ବଶାନ୍ତି ଯଜ୍ଞ ସୁଚାରୁରୂପ ସମ୍ପନ୍ନ କରିବା ନିମନ୍ତେ ସମୀକ୍ଷା ବୈଠକଅନୁଷ୍ଠିତହୋଇଥିଲା ।ସଭାପତି ସରୋଜ କୁମାର ନାଥଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଯଜ୍ଞ କାର୍ଯ୍ୟକ୍ରମର ସମସ୍ତ ରୂପରେଖ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇ ଦାୟୀତ୍ବ ବଣ୍ଟନ କରାଯାଇଥିଲା।ସଂପାଦକ ଅନାମ ଚରଣ ନାୟକ, କୋଷାଧ୍ୟକ୍ଷ ଶୁକଦେବ ପଟ୍ଟାୟତ, ସରସ୍ୱତୀ ପଟ୍ଟନାୟକ, ଉପସଭାପତ ହରିବନ୍ଧୁ ବିଶ୍ବାଳ, ଗୌତମ ସାହୁ,ମହେଶ ପାଢି, ପ୍ରମୋଦ କୁମାର ରାଉତ, , ସରସ୍ୱତୀ ପଟ୍ଟନାୟକ, ରଞ୍ଜନ କୁମାର ବେହେରା,ସୁଜିତ ଜେନା,ମିଟୁ ସାହୁ,ସରୋଜ ଦଳେଇ,ଚଣ୍ଡି ପ୍ରସାଦ ଦାସ, ଡଃ ନୀରୋଦ କୁମାର ପ୍ରଧାନ, ସାନ୍ତନୁ କୁମାର ସାମଲ, ବୃନ୍ଦାବନ ଖଣ୍ଡୁଆଳ, ଅମ୍ବିକା ପାଣି,ଡଃ ଅଶୋକ କୁମାର ମହାନ୍ତି,ବିଶ୍ବଜିତ ଦାଶ ,ପ୍ରଶାନ୍ତ କୁମାର ସ୍ବାଇଁ,ଭଗବାନ ଖିଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।ବିଧିମୁତାବକ ସମସ୍ତ ଯଜ୍ଞ ଓ ପ୍ରବଚନ କାର୍ଯ୍ୟକ୍ରମ ସମ୍ପନ୍ନ କରିବାକୁ ସଂପାଦକ ଅନାମ ଚରଣ ନାୟକ ସମସ୍ତଙ୍କ ସହଯୋଗ ଲୋଡିବା ସହିତଆସନ୍ତା ତା୨୦/୫/୨୪ରିଖ ଦିନ ଅଙ୍କୁରାରୋପଣ ,୨୧ ତାରିଖ ଦିନ କଳସ ଯାତ୍ରାର କାର୍ଯ୍ୟକ୍ରମ କରାଯାଇ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଯଜ୍ଞ କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଭକ୍ତ ଉପସ୍ଥିତ ରହି ଦିବ୍ଯ ବିଶ୍ବଶାନ୍ତି ପ୍ରତି ନିଜର ଭକ୍ତିପୂତ ନୈବେଦ୍ୟ ଅର୍ପଣ ପୂର୍ବକ ବିଭୁକୃପା ଲାଭ କରିବାକୁ ସଂପାଦକ ଅନାମ ଚରଣ ନାୟକ ସମସ୍ତଙ୍କୁ ପୁନର୍ବାର ଅନୁରୋଧ କରିଛନ୍ତି ।

19
1838 views