logo

ସୋରଡ଼ା ଗ୍ରାମ ରେ TPWODL ର ଘୋନ ଘୋନ ବିଜୁଳି କାଟ

1ଜୁନ 2024 ନୂଆଗାଁ ବ୍ଲକ : ସୁନ୍ଦରଗଡ଼ ଜ଼ିଲ୍ଲା ଅନ୍ତୋରଗତ ନୂଆଗାଁ ବ୍ଲକ ର ସୋରଡ଼ା ଗ୍ରାମପଞ୍ଚାୟତ ରେ ଟାଟା ପାୱାର ର ଓଘୋଷିତ ବିଦୂତ କାଟ ହେଉଛି l ବର୍ତ୍ତମାନ ସମୟ ରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି l ଯାହା ଫଳ ରେ ବହୁ ଲୋକଙ୍କ ଅସହ୍ୟ ତାତି ରୁ ମୃତୁବରଣ ହେଉଛି l ଏ ପ୍ରଯନ୍ତ ରାଉରକେଲା ସରକାରୀ ହସ୍ପିଟାଲ (RGH) ରେ 18 ଜଣ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି l ଏଭଳି ଓସମ୍ଭାଳ ସ୍ଥିତିରେ ସୋରଡ଼ା ଗ୍ରାମରେ ବାରମ୍ବାର ବିଦୂତ କାଟ ହେଉଛି l ଏଠାରେ ବିନା ବର୍ଷା, ବିନା ପବନ ବିଜୁଳି ନୋ ମାରିଲେ ବି ବିନା କାରଣ ରେ ବିଦୂତ କାଟ ହେଉଛି l ଲାଇନ କାଟିବା ଆଗରୁ କେବେ ସୂଚନା ଦେଉ ନାହାନ୍ତି l ବିନା କାରଣରେ ଦିନ ହେଉ କି ରାତି ଯେତେ ବେଳେ ଇଚ୍ଛା ଲାଇନ କାଟି ଦେଉଛନ୍ତି l ଏହା ଯୋଗୁ ଏଠାକାର ଲୋକେ ଓସଇହୋ ତାତିର ଶିକାର ହୋଇ ଲୋକେ ରାତି ସାରା ଶୋଇ ପାରୁନାହାନ୍ତି l ବିଜୁଳି ରହୁ ନଥିବାରୁ ପୁଣି ପିଇବା ପାଣି ପାଇପ ଜଳ ମଧ୍ୟ ଆସୁନାହିଁ l ଅତ୍ୟନ୍ତ ତାତି ଯୋଗୁଁ ରାତି ଅନ୍ଧାରରେ ସାପ, ବିଛୁ ଭଳି ବିଶୋଧର ଯିବ ମାନଙ୍କ ମଧ୍ୟ୍ୟ ଭୟ ରହିଥାଏ l ମାତ୍ର Tata Power TPWODL ର ଅଘୋଷିତ ବିଜୁଳି କାଟ ଯୋଗୁଁ ସୋରଡ଼ା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ଆଗାମୀ ଯଦି ଏପରି ହୁଏ ଲୋକେ sub-station ଘେରାଉ କରିବେ ବୋଲି ରୋକଠୋକ କହିଛନ୍ତି l

126
3735 views