logo

ସାବିତ୍ରୀ ବ୍ରତ

ଆରାଧ୍ୟ୍ୟ ଦେବୀ ମା ସାବିତ୍ରୀ :- ଏହି ପୂଜାରେ ମଁl ସାବିତ୍ରୀ ଆରାଧ୍ୟ୍ୟ ଦେବୀ ଭାବରେ ପୂଜା ପାଇଥାନ୍ତି l ଦେବୀ ସାବିତ୍ରୀ ନିଜ ତପସ୍ୟା ବଳରେ ସ୍ୱାମୀ ସତ୍ୟବାନ ଙ୍କୁ ମୃତ୍ୟୁ କବଳରୁ ଫେରାଇ ଆଣିଥିଲେ l ତାହାକୁ ଆଧାର କରି ହିନ୍ଦୁ ସମାଜ ର ମହିଳା ମାନେ ମଁl ସାବିତ୍ରୀ ଙ୍କ ବ୍ରତ ରଖିଥାନ୍ତି l ଏହି ବ୍ରତରେ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା ପାଇଁ ବ୍ରତ ରଖିଥାନ୍ତି l ତୁଳସୀ ଚଉଁରା, ଠାକୁର ଙ୍କ ଘର, ବର ଗଛ ଓ ଜଳି ଗଛ ତଳେ ସଧବା ମହିଳା ମାନେ ଏହି ପୂଜା କରିଥାନ୍ତି l ଏହି ପୂଜାରେ ନୁଆ ଶାଢ଼ୀ, ଶଙ୍ଖା, ସିନ୍ଦୁର, ଅଲତା ଓ ବିଭିନ୍ନ ପ୍ରକାର ଫଳ ସହିତ ନିଜ ସ୍ୱାମୀର ଦୀର୍ଘାୟୁ କାମନାପାଇଁ ସଧବା ମହିଳାମାନେ ଏହି ବ୍ରତକୁ ପାଳନ କରିଥାନ୍ତି l ଏହି ଦିନରେ ବ୍ରତଧାରୀ ଦିନସାରା ଉପବାସ ରହିଥାନ୍ତି l

87
8981 views