logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଳାହାଣ୍ଡି ଜିଲ୍ଲାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମହୋଦୟ ଆଗମନ, ଭବାନୀପାଟଣା ସର୍କିଟ ହାଉସ ରେ ଜୋରଦାର ସ୍ବାଗତ ସମ୍ବର୍ଦ୍ଧନା।

ଓଡ଼ିଶା/କଳାହାଣ୍ଡି/ତା ୧୭.୦୬.୨୦୨୪
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ସର୍କିଟ ହାଉସ ଠାରେ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମଧ୍ୟାହ୍ନ ୨ ଘଣ୍ଟା ସମୟରେ ଆସି ପହଞ୍ଚିଥିଲେ।
କଳାହାଣ୍ଡି ଜିଲ୍ଲାର ବିଜେପି ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର ଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦାନ କରି ମନ୍ତ୍ରୀ ମହୋଦୟ ଙ୍କୁ ଯୋରଦାର ସ୍ବାଗତ ସମ୍ବର୍ଦ୍ଧନା ଜଣେଇଥିଲେ। ସର୍କିଟ ହାଉସ ର ମିଟିଂ ହଲରେ ପ୍ରାୟ ଏକ ଘଣ୍ଟା ସମୟ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ଗହଣରେ ସମୟ ଅତିବାହିତ କରିଥିଲେ। କଳାହାଣ୍ଡି ଗଣଶିକ୍ଷା ବିଭାଗ ପରିବାର ତତଫରୁ ମଧ୍ଯ ମନ୍ତ୍ରୀ ମହୋଦୟ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣେଇଥିଲେ। ଗଣଶିକ୍ଷା ବିଭାଗ ପରିବାର ସହିତ ମଧ୍ଯ ବହୁତ ସମୟ ଧରି ମନ୍ତ୍ରୀ ମହୋଦୟ ବିଚାର ବିମର୍ଶ କରିଥିଲେ। ମାନ୍ୟବର ମନ୍ତ୍ରୀ ମହୋଦୟ ଙ୍କ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ, ପୁର୍ବତନ ସାଂସଦ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ଅର୍କ କେଶରୀ ଦେଓ, ଧର୍ମଗଡ ବିଧାୟକ ଶ୍ରଯୁକ୍ତ ସୁଧୀର ପଟଯୋଶୀ, କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର, ପୁର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭବେନ୍ଦ୍ର ପଣ୍ଡା, ପୁର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର ମହାନ୍ତି, ଶ୍ରୀ ମନୋଜ ମେହେର, ଶ୍ରୀ ଦ୍ଵୀପଜ୍ୟୋତି ମୁଣ୍ଡ, ଶ୍ରୀ ବିଜୟଦେବ ସାହୁ,ଶ୍ରୀ ରମେଶ ମାଝୀ, ଶ୍ରୀ ଅନିରୁଦ୍ଧ ପଧାନ, ଶ୍ରୀ କେଶରୀ ଦୁର୍ଗା, ଶ୍ରୀ ଆନନ୍ଦ କୁମାର ପାତ୍ର, ଶ୍ରୀ ଶିବରାମ ନାୟକ, ଶ୍ରୀମତୀ ରେଖା ଦେବୀ, ସମେତ ଅନେକ ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।

145
9779 views

Comment