ତା ୨୪-୦୫-୨୦୦୫ ରିଖ ଦୈନିକ ଖବର କାଗଜ "ସମ୍ବାଦ" ରେ ପ୍ରକାଶିତ ଶୀର୍ଷକ "ଶାନ୍ତିଲତା ନାମ୍ମୀ ମହିଳା, ଧର୍ଷଣକାରୀକୁ ହତ୍ୟାକାରୀ ଆତ୍ମସମର୍ପଣ" ଖବର ର ପ୍ରତିକ୍ରିୟା ରେ ରଚିତ କବିତା "ଶାନ୍ତିଲତା" l
// ଶାନ୍ତିଲତା // © ପୃଥ୍ଵୀ ପଟ୍ଟନାୟକନାରୀ ନୁହେଁ ଅବଳା ଦୁର୍ବଳାଶୁଣିଛି ମୁଁ ଭାଷଣରେ ସଭା ସମିତି ପୁଣି କେଉଁ ଉତ୍ସବରେ ଦେଖି ତ ନଥିଲି କେବେ ନାରୀ ର ସେ ନାରାୟଣୀ ରୂପ ରଖିବାକୁ ମର୍ଯ୍ୟାଦା ର ମହତ ଯିଏ କାଟିଦେଇ ଟାଙ୍ଗିଆ ର ଚୋଟେଫିଙ୍ଗିପାରେ ଦୁର୍ବୁତ୍ତ ର ବେକ l ଆଜି ମୁଁ ପରମ ଶାନ୍ତି ଅନୁଭବ କରେ ମୋ ହୃଦୟ ପରମ ଧାମରେ ଆଲ୍ହାଦର ମଉଛବ ହୁଏ ମନ ଉପବନେ ନାରୀତ୍ୱ ର ଡଙ୍କା ବାଜେ ଗଗନେ ପବନେ ହଁ ଶାନ୍ତିଲତା ମାଟି ବି ତ ମହକି ଉଠୁଛି ତମର ଏ ମହତ କାର୍ଯ୍ୟରେ l ତମେ ତ ଦେଖାଇ ଦେଲନାରୀ ନୁହେଁ ଲତା ଲୋଡିବନି କାହାର ସାହାରାଡ଼ାକିବନି ପାଷାଣକୁ ପାଞ୍ଚାଳୀ ସମାନ ମର୍ଯ୍ୟାଦାର ମଖମଲି ଚାଦର ଛୁଇଁଲେ ଫାଡ଼ିଦେଇ ଫିଙ୍ଗିଦେବ ଛାତି ଠୁ ଉଦର l========0000========@ ବଂଶୀକୁଞ୍ଜବୋଦାପଳଶା, କେନ୍ଦୁଝର ବଜାର, କେନ୍ଦୁଝର - ୦୨ ସମ୍ପର୍କ : ୯୯୩୭୪ ୬୯୯୭୧, ୯୪୩୮୪ ୪୩୮୭୧