logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିମ୍ନମାନର ତିଆରି ହେଉଥିବା ୫ଟି ସ୍କୁଲ କାମ କୁ ବିରୋଧ କଲେ ଗ୍ରାମବାସି ।

ଦୁଇ ବର୍ଷ ହେବାକୁ ଗଲାଣି ୫ଟି ସ୍କୁଲ କାମ ଆରମ୍ଭ ହୋଇଛି କିନ୍ତୁ ଆଜିଯାଏ ସରିବାର ନା ନେଉନି ।
କେଉଁ ଯୁଗରୁ ତିଆରି ହୋଇଥିବା ପୁରୁଣା କାନ୍ଥ ରେ ଇଟା ଯୋଡ଼େଇ କରି ଚାଲିଛି ୫ଟି ସ୍କୁଲ ର ପାଚେରୀ କାମ, ତାହା ପୁଣି ଭାଙ୍ଗିବାକୁ ଲାଗିଲାଣି ଏହିଭଳି ଅତି ନିମ୍ନମାନର କାମ ଚାଲିଛି ଉମରକୋଟ ବ୍ଲକ ବେନରା ପଂଚାୟତ ସିଲାଟି ଗ୍ରାମର ସଂଗ୍ରାମୀ ରବିସିଂ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟ ରେ ୩0%କାମ ସରିନି,ଛାତ୍ରଛାତ୍ରୀ ଙ୍କ ପାଇଁ ସୌଚାଳୟ ତିଆରି ହେଉଛି ସେଥିରେ ଭେନଟିଲେଟ ନାହିଁ,ବିଦ୍ୟାଳୟ ର ରଙ୍ଗ ଅଧା ଛାଡିଗଲାଣି । ଏହି ବିଷୟରେ ଗ୍ରାମର କିଛି ଲୋକ ଉତ୍ତମ ବିଶ୍ୱାସ, ହିମାଂଶୁ ସରକାର, ସୁମନ୍ତ ପୂଜାରୀ, ବିଶ୍ୱଜିତ ସରକାର, ଦୀପଙ୍କର ରାୟ, ହାରାଧନ ବନିକ, କାନ୍ହା ଦାସ, ସୁକାନ୍ତ ସରକାର, କେଶରୀ ସାନ୍ତା ସମସ୍ତ ବ୍ୟାକ୍ତି ଅଭିଯୋଗ କରିଲେ ମଧ୍ୟ ସେମାନଙ୍କ ଅଭିଯୋଗ କିଏ ଶୁଣୁନାହାନ୍ତି ଫଳରେ ଯନ୍ତ୍ରୀ ଏବଂ ଠେକାଦାର ଙ୍କ ମଧୁଚନ୍ଦ୍ରିକା ରେ ଚାଲିଛି ଏହି କାମ,ପିଲାମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବିଦ୍ୟାଳୟ ତିଆରି ପାଇଁ ଆସୁଛି ଟଙ୍କା ତାହା ଯାଉଛି ଠେକାଦାର ଏବଂ ବଡ଼ ବଡ଼ ସରକାରୀ ବାବୁଙ୍କ ପକେଟରେ ।
ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଏହି ବିଷୟରେ ଅବଗତ କରେଇବା ପରେ ଏହି ନିମ୍ନ ମାନର ୫ଟି ସ୍କୁଲ କାମ କୁ ଦୃଷ୍ଟି ଦେଇ ତଦନ୍ତକରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଥିଲେ ।

198
11298 views

Comment