logo

COATS ତରଫରୁ ଦି ହଙ୍ଗର ପ୍ରୋଜେକ୍ଟ (ଇଣ୍ଡିଆ )କର୍ମଶାଳା ଅନୁଷ୍ଠିତ l

ଅଦ୍ୟ ତା ୨୨.୮.୨୪ ଓ ୨୩.୮.୨୪ ରିଖ କୋରାପୁଟ ବ୍ଲକ୍ ର ପଦ୍ମପୁର, ମହାଦେଇପୁଟ ଓ ମନବର୍ ଗ୍ରାମପଞ୍ଚାୟତ ର ମହିଳା ସରପଞ୍ଚ, ନାଏବ ସରପଞ୍ଚ ଓ ୱ।ର୍ଡ଼ ସଭ୍ୟା ମାନଙ୍କୁ ନେଇ ମହିଳା ଓ ଶିଶୁ ଅନୁକୁଳ ପଞ୍ଚାୟତ ସମ୍ପର୍କୀୟ ଦୁଇ ଦିନିଆ କର୍ମଶାଳା" ଦି ହଙ୍ଗର୍ ପ୍ରୋଜେକ୍ଟ (ଇଣ୍ଡିଆ)" ତରଫ ରୁ COATS ସଭଗୃହ, କୋରାପୁଟ ଠାରେ ଆୟୋଜନ କରାଯାଇଥିଲା। ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୁକାନ୍ତ ମହାପାତ୍ର, ରାଜ୍ୟ ସଂଯୋଜକ, ଦି ହଙ୍ଗର୍ ପ୍ରଜେକ୍ଟ, (ଇଣ୍ଡିଆ) ଓ ଶ୍ରୀ ରଂଜିତ୍ ପଟ୍ଟନାୟକ, ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ତଥା ଆଇନଜିବି, କୋରାପୁଟ ପଞ୍ଚାୟତ ରେ ଲୋକ ପ୍ରତିନିଧି ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ କିପରି ନିର୍ବାହ କରିବେ ଏବଂ ପଞ୍ଚାୟତ ର ସର୍ବାଙ୍ଗିନ ଉନ୍ନତି ରେ ସେମାନଙ୍କ ର ଭୁମିକା ଏବଂ ମହିଳା ଓ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ କରିବା ସହ ଏହାର ତାତ୍ପର୍ଯ୍ୟ ସଂବନ୍ଧରେ ବୁଝାଇ ଥିଲେ। ଜି.ପି.ଡି.ପି., ବ୍ୟୟ ଅଟ୍ଟକଳ, ସରକାରଙ୍କ ବିଭିନ୍ନ ଯୋଜନା, ଗ୍ରାମ ପଞ୍ଚାୟତ ର ନିଜସ୍ୱ ପାଣ୍ଠି କିପରି ବଢେଇବା ଏବଂଏହାର ର ସଫଳ ରୁପାୟନ କିପରି ତୃଣମୁଳ ସ୍ତରରେ ପହଞ୍ଚି ଗ୍ରାମବାସୀଙ୍କ ର କିପରି ଉପକାର କରିପାରିବେ ଏବଂ ପଞ୍ଚାୟତ ରେ ପଲ୍ଲୀସଭା, ଗ୍ରାମସଭା ଜରିଆରେ କିପରି ଉନ୍ନୟନ ମୁଳକ କାର୍ଯ୍ୟ ର ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ ତାଲିମ୍ ଦିଆଯାଇଥିଲା। ଶ୍ରୀ ପୁର୍ବ ନାଗ୍ କୋଡିନେଟର ଓ ଶ୍ରୀ ସୁରେନ୍ଦ୍ର ଟାକ୍ରୀ, ସହଯୋଗୀ, ଦି ହଙ୍ଗର୍ ପ୍ରୋଜେକ୍ଟ (ଇଣ୍ଡିଆ) ର ଉପସ୍ଥିତ ଥିଲେ ଶ୍ରୀମତୀ ଡ଼ମୁଣୀ ଜାନୀ, ୱ।ର୍ଡ଼ ସଭ୍ୟା, ପଦ୍ମପୁର ସମସ୍ତଙ୍କୁ ଧନ୍ୟବାଦ ଜଣାଇ କର୍ମଶାଳା କୁ ସାଙ୍ଗ କରିଥିଲେ। 🙏🙏🙏

12
1677 views