logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ

ଆଜି ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଘେଁସ ବନାଞ୍ଚଳ ଅଫିସ ଆନୁକୁଲ୍ୟରେ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି l ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବନବିଭାଗ ତରଫ ରୁ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦୋରା , ଶ୍ରୀଯୁକ୍ତ ସୁଶାନ୍ତ ଦାଶ, ଅବସର ପ୍ରାପ୍ତ ଶିକ୍ଷକ ବ୍ୟାସଦେବ ପଣ୍ଡା ,ପ୍ରକୃତି ବନ୍ଧୁ ମୀନକେତନ ସାହୁ ପ୍ରଭୃତି ଅତିଥି ଭାବେ ଯୋଗ ଦେଇଥିଲେ l ଶ୍ରୀଯୁକ୍ତ ଦୋରା ଜଳ ,ଜଙ୍ଗଲ ଓ ଜୀବଜନ୍ତୁ ଙ୍କ ସୁରକ୍ଷା ବିଷୟରେ ନିଜର ବକ୍ତବ୍ୟ ରଖିଥିବା ବେଳେ ପ୍ରକୃତିବନ୍ଧୁ ମୀନକେତନ ସାହୁ ପରିବେଶ ସୁରକ୍ଷା କରିବାରେ ଛାତ୍ରଛାତ୍ରୀ ଏବଂ ମନୁଷ୍ୟ ସମାଜ ର ଭୂମିକା ସମ୍ପର୍କ ରେ ବିଶଦ ଭାବରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ବନ୍ୟପ୍ରାଣୀ ଉପରେ ଆଧାରିତ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ଶିକ୍ଷକ ଗୁପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅତିଥି ମାନଙ୍କ ଦ୍ବାରା ବିଦ୍ୟାଳୟ ପ୍ରାଙ୍ଗଣ ରେ ଏକ ଅଶୋକ ଗଛ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଆଶିଷ କୁମାର ବିଶି, ଶେଫାଳୀ ପାତ୍ର, ରଶ୍ମୀରେଖା ପ୍ରଧାନ, ତରଣିସେନ ଭୂଏ , ଅନ୍ୟ ମାନେ ସାହାଯ୍ୟ କରିଥିଲେ।

131
4609 views

Comment