logo

ଧର୍ମପରାୟଣ ମହିଳା ଙ୍କ ପରଲୋକ l

ଦାମନଯୋଡି :-ଦାମନଯୋଡି ଶିଳ୍ପାଞ୍ଚଳ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର ଅଧକ୍ଷ ଡ଼. ଶୁଭ୍ରାଂଶୁ ଶେଖର ବାହିନୀପତିଙ୍କ ପତ୍ନୀ ଶ୍ରୀମତୀ ରିତାଞ୍ଜଳୀ ପଣ୍ଡା ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି l ଏହି ଦଶହରା ପୂଜାରେ ଏକ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଭବାନୀପାଟଣା ଯାଇଥିଲେ l ସେ ଜଣେ ଉଚକୋଟିର କଣ୍ଠଶିଳ୍ପୀ ଥିଲେ l କାର୍ଯ୍ୟକ୍ରମ ସରିଲାପରେ ସେ ବସ୍ ରେ ଫେରିବାକୁ ଗୋଟାଏ ମୋଟରସାଇ କେଲ ରେ ବସଷ୍ଟାଣ୍ଡ କୁ ଆସିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ l ଗୁରୁତର ଅବସ୍ଥାରେ ଭବାନୀପାଟଣା ର ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ବରଗଡ଼ରେ ବିକାଶ ହସ୍ପିଟାଲ କୁ ନେବା ସମୟରେ ରାସ୍ତା ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ l ମୃତ୍ୟୁ ଖବର ପାଇ ସ୍ୱାମୀ ଶୁଭ୍ରାଂଶୁ ଶେଖର ପହଂଚିବା ପରେ ଭୁବନେଶ୍ୱର ସ୍ଥିତ ବାସଭବନକୁ ନିଆଯାଇଥିଲା l ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପର୍ନ କରାଯାଇଥିଲା l ସ୍ବର୍ଗତ ରିତାଞ୍ଜଳୀ ଜଣେ ସୁନାମଧନ୍ୟ କଣ୍ଠ ଶିଳ୍ପୀ ସହ ଭୁବନେଶ୍ୱର ବନ ବିଭାଗ ରେ କାର୍ଯ୍ୟରତ ଥିଲେ l ତାଙ୍କର ଅକାଳ ବିୟୋଗରେ ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ବିଦ୍ୟାମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ମାନେ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି l

11
1767 views