logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ଆଜି ଦୀପ୍ତିପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ବାଗତ କରି ଥିଲେ।ଏହି ଅବସରରେ ପ୍ରଧାନ ଶିକ୍ଷକ ଶ୍ରୀମାନ ଶାନ୍ତନୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ଦୀପ୍ତିପୁର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦ୍ବୀପ ପ୍ରଜ୍ଜ୍ୱଳନ ପୂର୍ବକ ପଣ୍ଡିତ ନେହେରୁ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିଥିଲେ। ଅତିଥି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନେହେରୁଙ୍କ ଜୀବନୀ ବିଷୟ ରେ ଆଲୋକପାତ କରି ଛାତ୍ରଛାତ୍ରୀମାନେ ଦେଶ ଗଠନ ରେ ବ୍ରତୀ ହେବାପାଇଁ ଉପଦେଶ ଦେଇଥିଲେ। ବରିଷ୍ଠ ଶିକ୍ଷକ ତରଣୀସେନ ଭୋଇ ମଞ୍ଚ ପରିଚାଳନା କରିଥିବାବେଳେ ସଂସ୍କୃତ ଶିକ୍ଷକ ଗୁପ ସାହୁ ଧନ୍ୟବାଦ୍ ଅର୍ପଣ କରି ଥିଲେ। ତତ୍ ପଶ୍ଚାତ ଶିକ୍ଷୟିତ୍ରୀ ଶେଫାଳି ପାତ୍ର ଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା। ବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉପହାର ପ୍ରଦାନ କରା ଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକ ଆଶିଷ କୁମାର ବିଶି, ମୋନାଲିସା ମେହେର, ସୁଶାନ୍ତ କୁମାର ଗଡ଼ତିଆ,ରାମ ପ୍ରସାଦ ସାବତ ପ୍ରଭୃତି ଉପସ୍ଥିତ ଥିଲେ।

141
14076 views

Comment