logo

ଧାନ ବିକ୍ରି କରିବା ପାଇଁ ବାଙ୍ଗୋର ସମବାୟ ସଚେତନତା

ହାଟଡିହି ବ୍ଲକ ର ଏ ବର୍ଷ ଧାନ ମଣ୍ଡି ଗୁଡିକ ରେ ବ୍ୟାପକ ଅନିୟମିତତା କୁ ରୋକା ଯିବା ପାଇଁ ସମବାୟ ବିଭାଗ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ପ୍ରତି ଧାନ ମଣ୍ଡି ଗୁଡ଼ିକ ରେ ଜଣେ ଜଣେ ସୁପର ଭାଇଜର ରହିବା ସହ ନୋଡାଲ ଅଧିକାରୀ ରହିବେ। ପ୍ରତି ଜିଲ୍ଲା ରେ ଧାନ ବିକ୍ରି ସମୟ ରେ ବିଭାଗୀୟ ମନ୍ତ୍ରୀ ଯାଞ୍ଜ କରିବେ। ଯାହାକୁ ନେଇ କିପରି ଚାଷୀ ମାନେ ଏପରି ସ୍ଥିତି ରେ ଉଚିତ୍ ସହାୟକ ମୂଲ୍ୟ ପାଇବେ ତାକୁ ନେଇ ସମବାୟ ବିଭାଗ ଗୁଡିକ ସୂଚନା ପ୍ରଦାନ କରୁଥିବା ବେଳେ ଚାଷୀ ମାନଙ୍କୁ ସତର୍କ କରାଇ ଛନ୍ତି। ଯେପରି ଏବର୍ଷ କଟନୀ ଛଟନି ନହେବ ତେଣୁ ଶୁଦ୍ଧ ଧାନ ବିକ୍ରୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚାଷୀ ଙ୍କୁ ଧାନ ର ମୂଲ୍ୟ ୩୧୦୦ ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାକୁ ନେଇ ସମବାୟ କେନ୍ଦ୍ର ମାନଙ୍କ ମାଧ୍ୟମ ରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

102
1398 views