logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିକିତ୍ସାଧିନ ଅବସ୍ଥାରେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ; ଚିହ୍ନଟ ପାଇଁ ସଂରକ୍ଷିତ ହେଲା ମୃତଦେହ

ODISHA; ମୟୂରଭଞ୍ଜ/ବାରିପଦା; (DLH KHABAR) - ବାରିପଦା ସ୍ଥିତ ପଣ୍ଡିତ ରଘନାଥ ମୁର୍ମୁ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବଡ଼ବଜାର ସ୍ଥିତ ଦୋଳି ପଡ଼ିଆ ଅଞ୍ଚଳରେ ରାସ୍ତା କଡ଼ରୁ ଜଣେ ଅଜଣା ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ
ହସ୍ପିଟାଲକୁ ଆଣି ଚିକିତ୍ସା ନିମନ୍ତେ ଭର୍ତ୍ତି କରା ଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ ହୋଇଛି। ମୃତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୦ ବର୍ଷ ହେବ। ଏନେଇ ବାରିପଦା ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଏଥି ସହିତ ଶବକୁ ବ୍ୟବଚ୍ଛେଦ ପରେ ମୃତଦେହକୁ ଚିହ୍ନଟ ପାଇଁ ୪୮ଘଣ୍ଟା ସଂରକ୍ଷିତ କରି ରଖାଯାଇଛି। ପରିଚୟ ଜାଣିଥିବା ବ୍ୟକ୍ତି ବିଶେଷ ହସ୍ପିଟାଲ ପରିସର ସ୍ଥିତ ପୋଲିସ ଫାଣ୍ଡି ଅଧିକାରୀ ଗୋପାଳ ମାଝୀଙ୍କ ମୋବାଇଲ ନମ୍ବର ୯୯୩୭୪୩୫୨୩୬ ରେ ଯୋଗାଯୋଗ କରିବାକୁ ନିବେଦନ କରା ଯାଇଛି।

123
4570 views

Comment