logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦ୍ବାରା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟଳୟରେ ଜାତୀୟ ଖାଉଟି ଦିବସ ପାଳିତ ।

ଡ଼ିସେମ୍ବର 24 ତାରିଖ ମଙ୍ଗଳବାର ପୂର୍ବାହ୍ନ 11:45 ମିନିଟ ସମୟରେ ବନ୍ଦେ ମାତରମ୍ ଗାନ କରିବାପରେ ଜାତୀୟ ଖାଉଟି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଡକ୍ଟର ରିନତୀ ମିଶ୍ର , ସମାଜ ସେବୀ ସ୍ନେହ ଲତା ପଟେଲ, ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ, ସୁନ୍ଦରଗଡ଼ର ସଭାପତି ନବୀନ କୁମାର ପଟେଲ, ସମ୍ପାଦକ ସୁରେଶ କୁମାର ପୃଷ୍ଟି, ଆଡ ଭାଇଜର ଚିନ୍ମୟ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ତେବେ ଏହି ଦିବସ ପାଳନ ଉପଲକ୍ଷେ ଆଗାମୀ ଦିନରେ ଗ୍ରାହକଙ୍କୁ ଅଧିକ ସଚେତନ କରିବା ନେଇ ଏକ ଶକ୍ତ ଖସଡ଼ା ପ୍ରସ୍ତୁତ କରାଯାଇଥିବା କଥା ସଙ୍ଘର ସମ୍ପାଦକ କହିଛନ୍ତି ।

211
6033 views

Comment