logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଟାଟା ଷ୍ଟିଲ୍ କଳମଙ୍ଗ ଗନ୍ଧଲପଦା ପ୍ରକଳ୍ପ ପକ୍ଷରୁ ଆର୍‌ବିସି କେନ୍ଦ୍ରରେ ନବବର୍ଷ ପାଳନ ୨୦୯ ପିଲାଙ୍କୁ ଶୀତବସ୍ତ୍ର ବଣ୍ଟନ

କୋଇଡ଼ା, ୦୨/୦୧/୨୦୨୫: ଟାଟା ଷ୍ଟିଲ୍ କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପ ଟିମ୍ (କେଜିପି) ପକ୍ଷରୁ ବାଞ୍ଝପାଲି, କୁସୁମଡ଼ିହି ଓ ମାଲ୍‌ଦାସ୍ଥିତ ଆବାସିକ ବ୍ରିଜ କୋର୍ସ (ଆର୍‌ବିସି) କେନ୍ଦ୍ରରେ ଅଭିନବ ଢଙ୍ଗରେ ନୂଆବର୍ଷ ପାଳନ କରାଯାଇଛି। ଏହି ଦିନକୁ କରୁଣା ଓ ଖୁସିର ମୂହୁର୍ତ୍ତ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା। ଏହି ଅବସରରେ ୨୦୯ ଜଣ ପିଲାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ହାଡ ଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ ପିଲାମାନଙ୍କୁ ଶୀତ ବସ୍ତ୍ର ବଣ୍ଟା ଯିବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରଯାଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ କେକ୍ କଟା ଯାଇ ପ୍ରତ୍ଯେକ ପିଲାଙ୍କୁ କେଜିପି ପ୍ରକଳ୍ପ ଟିମ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) କଳମଙ୍ଗ କର୍ମଚାରୀଙ୍କ ତରଫରୁ ସ୍ୱେଟର (ଶୀତ ବସ୍ତ୍ର) ପ୍ରଦାନ କରାଯାଇଥିଲା। ଟିଏସ୍‌ଏଫ୍‌ ଓ କେଜିପି ପ୍ରକଳ୍ପ ଟିମ୍ ସଦସ୍ୟ ପିଲାମାନଙ୍କ ସହ ପିଲାମାନଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ସହ ମଧ୍ୟାହ୍ନ ଭୋଜନ କରିଥିଲେ।

ଏହି ଅବସରକୁ ସମ୍ବୋଧିତ କରି କଳମଙ୍ଗ ଓ ଗନ୍ଧଲପଦା ପ୍ରକଳ୍ପର ମୁଖ୍ୟ ଦୀପକ ବେହେରା ପିଲାମାନଙ୍କୁ ନୂଆବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ବଡ଼ ସ୍ୱପ୍ନ ଦେଖିବା, କଠିନ ପରିଶ୍ରମ କରିବା ଏବଂ ସଫଳ ହେବାକୁ ଆଶା ରଖିବା ଲାଗି ଅନୁପ୍ରାଣିତ କରିଥିଲେ। ଉପେକ୍ଷିତ ବର୍ଗର ପିଲାମାନଙ୍କୁ ସମୃଦ୍ଧ କରିବାରେ ଟିଏସଏଫ୍ ନିରନ୍ତର ପ୍ରୟାସ କରୁଥିବା ବେଳେ ଏଭଳି କାର୍ଯ୍ୟକ୍ରମ ପିଲାମାନଙ୍କ କଲ୍ୟାଣରେ ସହଯୋଗ କରିବା ସହ ଏକ ସାମଗ୍ରିକ ବିକାଶକୁ ସୁଦୃଢ଼ କରୁଛି।

ନିଜ କାର୍ଯ୍ୟକ୍ଷେତ୍ର ଅଂଚଳର ସମାଜ ଲାଗି ଏକ ଉଜ୍ୱଳ ଭବିଷ୍ୟତ ସୃଷ୍ଟି କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନର ରହିଥିବା ଅତୁଟ ପ୍ରତିବଦ୍ଧତାର ପ୍ରମାଣ ହେଉଛି ଏହି ନବବର୍ଷ ପାଳନ କାର୍ଯ୍ୟକ୍ରମ।

164
1918 views

Comment