logo

ଚୋରା ନିଶା କାରବାର ପାଇଁ ଜନଜୀବନ ବିପର୍ଯ୍ୟସ୍ତ

ଭୁବନେଶ୍ଵର, ୧୩/୧: ଚୋରା ନିଶା କାରବାର ଓ ନିଶାଢିଙ୍କ ଦୌରାତ୍ମ୍ୟ ରୋକିବା ପାଇଁ କର୍ତ୍ତୃ ପକ୍ଷଙ୍କ କଢା ଘୋଷଣା ସତ୍ତ୍ବେ ଖୋଦ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଶାର ପ୍ରସାର ଘଟି ଚାଲିଛି ଏବଂ ଏଥିଯୋଗୁଁ ହତ୍ୟା, ବଳାତ୍କାର ସମେତ ବିଭିନ୍ନ କିସମର ଅପରାଧ ବି ବହୁଛି । ଅନ୍ୟ ପକ୍ଷରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନୈରାଶ୍ୟଜନକ ହେଇଥିବାରୁ ଚୋରା ନିଶା ବେପାରୀ ଓ ନିଶାଜିମାନଙ୍କର ବ୍ୟବସ୍ଥା ପ୍ରତି ଭୟ ରହୁନାହିଁ । ନିକଟରେ ରାଜଧାନୀ ଜାତୀୟ ରାଜପଥ ଉପରେ ଅଭିଯୁକ୍ତ ନିଶା ବେପାରୀଙ୍କ ଷଡଯନ୍ତ୍ର କ୍ରମେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଏ ପ୍ରସଙ୍ଗରେ ବିରୋଧ ଓ ସରକାରୀଦଳର ନେତାମାନେ ପରସ୍ପର ଉପରେ ଦୋଷାରୋପ କରୁଥିବାବେଳେ ନିଶା ସମସ୍ୟାର କିଭଳି ନିରାକରଣ ହେବ ସେଘେନି କିନ୍ତୁ କେହି ପାଟି ଫିଟାର ନାହାନ୍ତି । ପ୍ରାୟ ପ୍ରତିଦିନ ଚୋରା ମଦ, ବେଆଇନ୍ କସିରପ, ଗଞ୍ଜେଇ, ହୋରୋଇନ୍, ବରସ ଓ ଅନ୍ୟନ୍ୟ ନିଶା ସାମଗ୍ରୀ କାରବାର ସଂକ୍ରାନ୍ତୀୟ ଖଳର ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଏମିତିକି ଚଢାଉ କରି ଚୋରା ନିଶା ସାମଗ୍ରୀ ଜବତ ଓ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ଖବର ବି ବାରମ୍ବାର ପ୍ରକାଶିତ ହେଉଛି । ଅନ୍ୟ ପକ୍ଷରେ ଏଭଳି କିସମର ମାମଲାରେ ଫଏସଲା ଓ ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହୁଛି । ଏମିତିକି ଭାରତବର୍ଷର ମହାଲେଖାକାର ତାଙ୍କ ରିପୋର୍ଟରେ ଓଡିଶାରେ ଅବକାରୀ ମାମଲାରେ ଦଣ୍ଡବିଧାନ ହାର ନଗଣ୍ୟ ବୋଲି ଉଲ୍ଲେଖ ସହ ଏଥିଘେନି ଉଦ‌ବେଗ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ମଧ୍ୟ ଅତୀତରେ ବିଧାନସଭାରେ ଉପସ୍ଥାପିତ ହୋଇଛି । ଅବକାରୀ ମାମଲାରେ ଦଣ୍ଡବିଧାନ ହାର ବଢାଇବା ସହ ମାମଲାର ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାପାଇଁ ଅବକାରୀ ବିଭାଗର ସ୍ଵତନ୍ତ୍ର ପ୍ରସିକ୍ୟୁସନ ୟୁନିଟ୍ ଗଠନ କରିବାକୁ ରାଜ୍ୟ ସରକାର ଯାଉଛନ୍ତି । ତେବେ ଏଥିଯୋଗୁଁ ନିଶା କାରବାର ଯେ ବନ୍ଦ ହୋଇଯିବ ସେଥ୍‌ଘେନି ମଦମୁକ୍ତି ଅଭି ଯାନ ସ୍ୱେଚ୍ଛାସେବୀମାନେ ସନ୍ଦେହ ବ୍ୟକ୍ତି କରୁଛନ୍ତି । ଆଳୁ, ପିଆଜ, ଡାଲି,ତେଲ, ଲୁଣ, କପଡା ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀପାଇଁ ଓଡିଶା ଅନ୍ୟ ରାଜ୍ୟଗୁଡିକ ଉପରେ ନିର୍ଭରଶୀଳ ଥିବାବେଳେ ଓଡିଶାରେ ଉତ୍ପାଦିତ ହେଉଥିବା ବେଆଇନ୍ ଗଞ୍ଜେଇ କିନ୍ତୁ ଚୋରାରେ ଦେଶର ବିଭିନ୍ନ ରାଜ୍ୟକୁ ପଠାଯାଉଛି । ବେଳେବେଳେ ରାଜ୍ୟ ଭିତରେ ଓ ବାହାରେ ଓଡିଶାରେ ଉତ୍ପାଦିତ ଏହି ଚୋରା ଗଞ୍ଜେଇ ଧରାପଡ଼ୁଛି । ପୁଲିସ୍ ଓ ଅବକାରୀ ବିଭାଗ ଚଢାଉ କରି ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଗଞ୍ଜେଇ ଗଞ୍ଜ ନଷ୍ଟ କରୁଛନ୍ତି । ଅନ୍ୟ ପକ୍ଷରେ ଯେତେ ଗଞ୍ଜାଇଗଛ ନଷ୍ଟ ହେଉଛି ତାହା ଅପେକ୍ଷା ଢେର ଅଧୂକ ପରିମାଣର ଗଞ୍ଜେଇ ଗଛରୁ ଚୋରା ଉତ୍ପାଦ ହେଉଥ‌ିବା ମଦମୁ ର୍ତ୍ତି ଅଭିଯାନ ଖୋଲା ଅଭିଯୋଗ କରୁଛି । ଅତୀତରେ ନିଶା ଜନିତ ବିଭିନ୍ନ ଦୁର୍ଘଟଣା ଘେନି ବସାଯାଇଥିବା ତଦନ୍ତ କମିଶନ ଓ ଅନ୍ୟାନ୍ୟ ରିପୋର୍ଟରେ ବାରମ୍ବାର ଦର୍ଶାଯାଇଛି ଯେ ଚୋରା ନିଶା ବେପାର ସହିତ ରାଜନୈତିକ ବ୍ୟକ୍ତିବିଶେଷ ଓ ବିଭାଗୀୟ କର୍ତ୍ତୃପକ୍ଷ ଜଡିତ ରହୁଛନ୍ତି । ଏମିତିକି କଟକ ମଦମ୍ୟତ୍ୟୁ ଦୂର୍ଘଟା ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ଖାକି ପୋଷାକ ପରିହିତ କିଛି ପୁଲିସ୍ ଓ ଅବକାରୀ କର୍ମଚାରୀ ଚୋରା ମଦ ବେପାରିକୁ ସହଯୋଗ କରିଥିଲେ ବୋଲି ସେତେବେଳର ଆରଡିସିଙ୍କ ରିପୋର୍ଟରେ ସରକାର ଚଳାଉଥିବା ବ୍ୟକ୍ତିବିଶେଷ ଓ ଥାନା ଫାଣ୍ଡି ଆଦି ଚୋରା ନିଶା ବେପାରୀ ଠାରୁ ନିୟମିତ ବଟି ନେଉଥିବା ଦର୍ଶାଯାଇଥିଲା । ଏହା ସତ୍ତ୍ୱେ ନିଶା କମିବା ପରିବରେ ସରକାରୀ ମଧ୍ୟରେ ବୃଦ୍ଧିପାଇ ଜନଜୀବନକୁ ଜନଜୀବନ କୁ ବିପର୍ଜୟ କରିଦେଉଛି ।

0
78 views