logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାଲୁହୁଡ଼ି ରେ ଟୁସୁ ମେଲଣ ଉତ୍ସବ

ହରିଚନ୍ଦନପୁର ୧୭/୦୧: ହରିଚନ୍ଦନପୁର ବ୍ଲକ ଜୀରାଙ୍ଗ ପଞ୍ଚାୟତ ଭାଲୁହୁଡି ରେ ପେଣ୍ଠଡିହି ଓ ସନ୍ତୋଷପୁର ଗ୍ରାମ ଟୁସୁ କମିଟି ଆନୁକୂଲ୍ୟରେ ଟୁସୁ ମେଲଣ ମହୋତ୍ସବ ଅନଷ୍ଠିତ ହୋଇଛି। ମହୋତ୍ସବ ରେ ଆୟୋଜିତ ସଭାରେ କମିଟି ର ସଭାପତି ଜୟକୃଷ୍ଣ ମହାନ୍ତ ସଭାପତିତ୍ବ କରିଥିଲେ। ଏଥିରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡ଼ି ର ସମ୍ପାଦକ ଧନୁର୍ଜୟ ସିଦ୍ଧୁ ମୁଖ୍ୟ ଅତିଥି , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ମହାନ୍ତ ମୁଖ୍ୟବକ୍ତା, ସରପଞ୍ଚ ରଞ୍ଜନ କୁମାର ନାଏକ , ବ୍ଲକ ବିଜେଡ଼ି ସଭାପତି ପଦ୍ମଭୂଜ ସାହୁ,ଜିଲ୍ଲା କୁଡ଼ୁମି ସେନା ସଭାପତି ତ୍ରିଲୋଚନ ମହାନ୍ତ, ସମାଜସେବୀ ମାୟାଧର ସାହୁ,ରିପୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୁଡୁମି ଜାତିର ସଂସ୍କୃତ ଓ ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ। ଟୁସୁ ମେଲଣ ମହୋତ୍ସବ ରେ ୩୦ ଟି ଟୁସୁ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତି ଟୁସୁ ଗୁଡ଼ି କୁ ପୁରସ୍କୃତ କରାଯାଇଥିଲା। ସଭା ଶେଷରେ ବାରିପଦା ରୁ ଆସିଥିବା ଝୁମର ଦଳ ଝୁମର୍ ପରିବେଷଣ କରିଥିଲେ। କମିଟି ର ସମ୍ପାଦକ ବଳରାମ ମହାନ୍ତ, କୋଷାଧ୍ୟକ୍ଷ ଜଗବନ୍ଧୁ ବାରିକ,ଯଯାତି ମହାନ୍ତ ପ୍ରମୁଖ ମହୋତ୍ସବ ପରିଚାଳନା କରିଥିଲେ।
ରିପୋର୍ଟ - ପ୍ରଭାତ ସାହୁ କେନ୍ଦୁଝର

167
11956 views

Comment