logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦୀର୍ଘ ପାଞ୍ଚ ମାସ ଧରି ଖାଲି ପଡ଼ିଥିବା ଉପାଧ୍ୟକ୍ଷ ପଦ ପାଇଁ ନର୍ବାଚନରେ ବାଜି ମାରିଲା ବିଜେଡି ।



ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତି ରାଇଘର ବ୍ଲକରେ ଦୀର୍ଘ ପାଞ୍ଚ ମାସ ଧରି ଖାଲି ପଡ଼ିଥିବା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀନୀ ଦିନେଶ୍ୱରି ଗଣ୍ଡ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି।ଡାବୁଗାଁ ବିଡିଓ ଶରତ ମାଝୀ ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାଇଘର ବ୍ଲକ୍ ର ୧୭ ଜଣ ସମିତି ସଭ୍ୟ ସଭ୍ୟା ଙ୍କ ଉପସ୍ଥିତି ରେ ଏକ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବିଜେଡ଼ି ସମର୍ଥିତ ଖୁଡ଼ୁକୁ ସମିତି ସଭ୍ୟା ଦିନେଶ୍ୱରି ଗଣ୍ଡ ଜଣେହିଁ ପ୍ରାର୍ଥୀ ପତ୍ରଦାଖଲ କରିଥିଲେ। ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ପତ୍ରଦାଖଲ ନ କରିବାରୁ ନିର୍ଦ୍ଧାରିତ ସମୟ ପରେ ନିର୍ଦ୍ଵନ୍ଦରେ ବିଜୟୀ ପ୍ରାର୍ଥୀନୀ ଶ୍ରୀମତୀ ଦିନେଶ୍ୱରି ଗଣ୍ଡ ଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀ ମାଝୀ ରାଇଘର ବ୍ଲକ ଉପାଧ୍ୟକ୍ଷ ଭାବେ ନାମ ଘୋଷଣା କରିଥିଲେ। ଉଭୟ ରାଇଘର ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ବିଜେଡି ହାତେଇ ଥିବାରୁ ରାଇଘର ତଥା ନବରଙ୍ଗପୁର ଜିଲ୍ଲା ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି।

167
2273 views

Comment