logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସମ୍ବାଦ ଗ୍ରୁପ ପକ୍ଷରୁ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଲେଟସ ସଟଲ ର ତୃତ୍ୟ ସଂସ୍କରଣରେ ଚମକିଲେ କଳାହାଣ୍ଡିର ଖେଳାଳି

କଳାହାଣ୍ଡି(ସ୍ବାସ୍ତିଦୀପ ଆଦିତ୍ୟ):କଳାହାଣ୍ଡି ଜିଲ୍ଲା ବଲାଙ୍ଗୀର ଜୋନ ପ୍ରତିଯୋଗିତା ସ୍ଥାନୀୟ ପିଆର ହାଇସ୍କୁଲ ଇନଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ ଠାରେ ଉଦଯାପିତ ହୋଇଛି । କର୍ପୋରେଟର ବର୍ଗରେ କଳାହାଣ୍ଡିର ରାକେଶ କୁମାର ବେମାଲ ପାଟନର୍ ସୋହନ କୁମାର ଦତ୍ତ ବିଜେତା ହୋଇଥିଲେ ଓ ଜମ୍ବଲଡରେ ମହେଶ କୁକ୍ରେଜା ଓ ରାକେଶ ବେମାଲ ଉପ ବିଜେତା ହୋଇଥିଲେ । ଏଠାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ପୁରସ୍କାର ବିତରଣ କରିବା ସହ ବଲାଙ୍ଗୀର ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ସମ୍ଭାବନା ରହିଥିବା କହିଥିଲେ । ସେ,କହିଲେ ବଲାଙ୍ଗିରର ଇନଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ୍ ସବୁ ଦୃଷ୍ଟିରେ ସମ୍ପନ୍ନ ।ଏଠାରେ ନୂଆ ଖେଳାଳି ସୃଷ୍ଟି ଓ ବଡଧରଣର ପ୍ରତିଯୋଗିତା ସୃଷ୍ଟି ପାଇଁ ସବୁ ଉପାଦାନ ଓ ଭିତ୍ତିଭୂମି ରହିଛି।ସମ୍ମାନିତ ଅତିଥି ୟୁଭୋଦୟ କଲେଜ ଅଫ ଆଡ଼ଭାନ୍ସ ଟେକ୍ନୋଲୋଜି ଅଧ୍ୟକ୍ଷ ଡ଼.ଜଗମୋହନ ପାଢ଼ୀ ଯୋଗ ଦେଇଥିଲେ । ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସମ୍ପାଦକ ସୁରୁଲାଲ ମୋଟରୀ, କଳାହାଣ୍ଡି ଜିଲ୍ଲା ସମ୍ପାଦକ ସନ୍ଦୀପ ମିଶ୍ର ଖେଳ ଅଫିସିଆଲ୍ ରେଫରି ହେମନ୍ତ ପ୍ରଧାନ, ଚେୟାର ଅମ୍ପିୟାର ଅନନ୍ତ ବେହେରା,ମାନସ ମହାନ୍ତି, ବେଷ୍ଟବ କବାଟ,ରାଜକିଶୋର ଶତପଥୀ, ଉପେନ୍ଦ୍ର ଚନ୍ଦନ, ଜୟରମ୍ ସାହୁ, ବିରେନ୍ଦ୍ର ଲାଲ,ହସିମ୍ ଖାନ ପ୍ରତିଯୋଗିତା ପରିଚାଳନା କରିଥିଲେ ।ଏହି ସଫଳତା ପରେ ଜିଲ୍ଲାର ବିଭିନ୍ନ ମହଳରୁ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

138
3449 views

Comment