logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିପଦକୁ ଡାକୁଛି କାନକୁଟ୍ରୁ ଗାଁର ମୁକୁଳା ବିଦ୍ୟୁତ ଟ୍ରାନ୍ସଫର୍ମର. • ବାଡ଼ବନ୍ଦୀ କରିବାକୁ ଗୁହାରି.

ଲାଞ୍ଜିଗଡ଼,(AIMA):ମୁକୁଳା ଅବସ୍ଥାରେ ରହିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର। ଟ୍ରାନ୍ସଫରମର ତଳ ଦେଇ ଗାଁର ଛୋଟରୁ ବଡ଼ ଶତାଧିକ ଲୋକ ସମେତ ଗାଁର ଗାଈଗୋରୁ ଭଳି ଅନେକ ଗୃହ ପାଳିତ ପଶୁ ପକ୍ଷୀ ଯାତାୟାତ କରୁଥିବାବେଳେ କେତେବେଳେ ଯେ'କାହାର ଜୀବନ ଚାଲିଯାଇପାରେ ସେନେଇ ଗ୍ରାମବାସୀ ଏବେ ଆତଙ୍କିତ ମନେ କରୁଛନ୍ତି। ଯାହାଫଳରେ ବିଦ୍ୟୁତ ସଂଯୋଗୀକରଣ ଦିନରୁ ଦୀର୍ଘ ବର୍ଷ ହେଲା ମୁକୁଳା ଅବସ୍ଥାରେ ରହିଛି ଟ୍ରାନ୍ସଫରମର୍ ଏବଂ ଅତି ତଳକୁ ଲାଗି ରହିଛି ସାର୍କିଟବକ୍ସରୁ ବିଦ୍ୟୁତ କେବୁଲ୍ ଯାହା ବିପଦକୁ ହାତ ଠାରି ଡାକୁଛି ବୋଲି ଗ୍ରାମବାସୀଙ୍କ ମତ ପ୍ରକାଶ ପାଇଛି। ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ସ୍ଥିତ କାନକୁଟ୍ରୁ ଗାଁ ରାସ୍ତା ମୁଣ୍ଡରେ ଥିବା ଟ୍ରାନ୍ସଫର୍ମର।ସୂଚନାନୁସାରେ
ସେହି ପାଖ ଦେଇ ଗାଈଗୋରୁ ଏବଂ ଲୋକେ ଯାତାୟତ ହେଉଥିବାବେଳେ ସେଇ ଟ୍ରାନ୍ସଫର୍ମର ତଳ ଦେଇ ଦୈନନ୍ଦିନ ପାଖ ନାଳକୁ ଗାଧୋଇବା ପାଇଁ ବିଶେଷ କରି ଗାଁର ଛୋଟ ବଡ଼ ମହିଳା ମାନେ ଯାଇଥାଆନ୍ତି।ତେଣୁ କେତେବେଳେ କାହାର ଜୀବନ ଯେ'ଚାଲିଯିବ ସେ ନେଇ ଗ୍ରାମବାସୀ ଆଶଙ୍କାରେ ରହିଆସୁଛନ୍ତି ବୋଲି ଗାଁର ନୀଳକଣ୍ଠ ମାଝୀ ପ୍ରକାଶ କରିଛନ୍ତି। କେବଳ କାନକୁଟ୍ରୁ ଗାଁର ନୁହେଁ ଉପାନ୍ତ ଅଞ୍ଚଳର କାନକୁଟ୍ରୁ ପଞ୍ଚାୟତ ସମେତ ବନ୍ଧପାରି,ବେଡ଼ାଗାଁ, କୁମଖାଳ ପଞ୍ଚାୟତର ଅନେକ ଗୁଡ଼ାଏ ଗାଁ ରହିଛି ଯେଉଁଠିକି ଆଜି ପର୍ଯ୍ୟନ୍ତ ମୁକୁଳା ଅବସ୍ଥାରେ ପଡ଼ିରହିଛି ବିଦ୍ୟୁତ ଟ୍ରାନଫର୍ମର୍।ଏପଟେ ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ବାଡ଼ବନ୍ଦୀ ସହ କୌଣସି ଅଘଟଣ ଯେ'ପରି ନ'ଘଟେ ସେଥିପ୍ରତି ଯତ୍ନବାନ ହେବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିବା କୁହାଯାଉଥିଲେ ହେଁ ବିଶ୍ଵନାଥପୁର ବିଦ୍ୟୁତ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ଦେଉ ନ'ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଉଛି। ତେବେ ବିଭାଗୀୟ ଅଧିକାରୀ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

159
19008 views

Comment