logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭବାନୀପାଟଣା ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ.

ଭବାନୀପାଟଣା/(AIMA):କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପାଳିତ ହୋଇଯାଇଛି।ସମାଜରେ ନାରୀ ମାନଙ୍କ ସ୍ଥାନ ଗୁରୁତ୍ୱପୂର୍ଣ୍ଣ।ନିଜ ଦକ୍ଷତା ଓ କଠିନ ପରିଶ୍ରମରେ ଆଜିର ନାରୀ ଆଉ ରୋଷେଇ ଘରେ ସୀମିତ ହୋଇରହି ନାହାନ୍ତି କି ଅବଳା ଦୁର୍ବଳା ନାହାନ୍ତି।ପୁରୁଷଙ୍କ ସହ ତାଳ ମିଳାଇ ଚାଲିଛନ୍ତି ଆଜିର ନାରୀ। ଆଜିର ନାରୀ ନର୍ସ,ଡାକ୍ତର ଇଂଞ୍ଜିନିୟର ପାଇଲଟରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି ବୋଲି ସ୍କୁଲର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଡ଼.ଶିବରାମ ନାୟକ ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ।ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶିକ୍ଷୟିତ୍ରୀ କଲ୍ୟାଣୀ ବାଗ, ଚଦ୍ରପ୍ରଭା ମିଶ୍ର,ବୃଷଭ ଦାସ,ସାଧନା ପ୍ରଧାନ,ସୁଶ୍ରୀ ସାହୁ,ସରିତା ବାଗେଲେ ପ୍ରମୁଖ ବିଶେଷ ସହଯୋଗ କରିଥିବାବେଳେ ଶିକ୍ଷକ ସମ୍ପଦ ମୁଣ୍ଡ ସଭା ପରିଚାଳନା କରିଥିଲେ।

156
10273 views

Comment