logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସଚେତନତା କାର୍ଯ୍ୟକ୍ରମ.

କଳାହାଣ୍ଡି/ଲାଞ୍ଜିଗଡ଼,(ନି:ପ୍ର):ଦେଶ ସ୍ଵାଧୀନତାର ୭୬ ବର୍ଷ ପରେ ବି ଜାତିବାଦ୍ କମିବାର ନା ନେଉନାହିଁ।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ବୁଡ଼ିପଦର ପଞ୍ଚାୟତ ଅନ୍ତର୍ଗତ ଶଙ୍କରପଳା ଗାଁରେ ଏକ ଜାତିବାଦ୍ ଘଟଣା ଘଟି ଯାଇଛି।ବିଜେଡ଼ି ନେତା ତଥା ଜୁନାଗଡ଼ ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ବେହେରାଙ୍କ ନେତୃତ୍ବରେ ନିଜଗାଁ ସଙ୍କରପଲାରେ ଏକ ପ୍ରହରୀ କରାଗଲା କେବଳ ଏସ୍.ସି ସମାଜକୁ ଜାତି ଭେଦଭାବ ରଖି ନ'ମିଶାଇ ଗାଁର ବାକି ସମସ୍ତ ଜାତିର ମିଳିତ ଭାବେ ପ୍ରହରୀ କରାଗଲା।ଜଣେ ରାଜନେତା ହୋଇ ଏହିଭଳି ଜାତିବାଦ୍ ମାନସିକତା ରଖିବା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।ଏହି ଖବର ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ହସ୍ତଗତ ହେଲା ପରେ ସଂଗଠନର ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ଏବଂ ସର୍ବ ସମ୍ମତିରେ ଏକ ପ୍ରସ୍ତାବ ମଧ୍ୟ ଗୃହିତ ହୋଇଛି।ଆମକୁ ଜାତିଆଣ ଆକ୍ଷେପ କରିବା ଦ୍ଵାରା ଆମ ଆତ୍ମସମ୍ମାନ କ୍ଷୁର୍ଣ୍ଣ ହେଉଛି ଏଣୁ ଆମେ ସମସ୍ତେ ବହୁଜନ ବିଚାରକୁ ଗ୍ରହଣ କରିବୁ ବୁଦ୍ଧ ଭୀମଭୋଇ ଆମ୍ବେଦକରଙ୍କ ମାର୍ଗରେ ଚାଲିବୁ।ଏବଂ ଉଚ୍ଚ ଜାତିର ଯେକୌଣସି କାର୍ଯ୍ୟକ୍ରମରେ ଆମ ଏସ୍.ସି ସମାଜ ସାମିଲ ହେବୁ ନାହିଁ।ଯିଏ ସାମିଲ ହେବ ତାପରେ ସମାଜ କାର୍ଯ୍ୟାନୁଷ୍ଠାନ ନେବ ବୋଲି ନିଷ୍ପତ୍ତି ହୋଇଛି।ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,ବ୍ଲକ କୋଷାଧ୍ଯକ୍ଷ ଧନଞ୍ଜୟ ଖମାରି,ଯୋଗେଶ୍ଵର ନାଏକ,ଲଳିତ ନିଆଲ,ଲଳିତ ମଙ୍ଗରାଜ,ପ୍ରଦ୍ୟୁମ୍ନ କନପାନ,ହରିଶଙ୍କର ବାଗ,ତୁଲସି ସୁନାନି,ଘେନୁ କର,,ଶ୍ୟାମଘନ ସୁନାନି,ମଦନମୋହନ ନାଏକ,ଉଦେ ଛତ୍ରୀଆ,ଅମିତାଭ ବିହାରି,ବସନ୍ତ ସାମଲ,ବଳଭଦ୍ର ପାଲ,କୁରୁକ୍ଷେତ୍ର ଠାକୁର,ନେତ୍ର ଠାକୁର,ଗୁପ୍ତେଶ୍ଵର ବିହାରଙ୍କ ସମେତ ସଂଘଠନର ଶତାଧିକ ସଦସ୍ଯ ସଦସ୍ୟାଙ୍କ ଉପସ୍ଥିତିରେ ନିଷ୍ପତ୍ତି ନିଆ ଯାଇଥିବା ସଂଘଠନର ସଭାପତି ଶ୍ରୀ ଦୀପ ସୂଚନା ଦେଇଛନ୍ତି।

173
4417 views

Comment