logo

ଆସିକା ନୂତନ ଥାନା ଅଧୂକାରୀଙ୍କ ଦାୟିତ୍ବ ଗ୍ରହଣ

ଆସିକା ଥାନାର ନୂତନ ଥାନା ଅଧିକାରୀ ରୂପେ ପୋଲିସ ପ୍ରଶାସନର ଦକ୍ଷ, ସଚ୍ଚୋଟ ତଥା କର୍ଭବ୍ୟନିଷ୍ଠ ଅଫିସର ରୂପେ ପରିଚିତ କୁଳମଣି ସେଠୀ ଦାୟିତ୍ଵ ଗ୍ରହଣ କରିଥୁବା ଜଣାପଡିଛି । ଜିଲ୍ଲା ପୁଲିସ ବିଭାଗର ନିର୍ଦ୍ଦେଶ କ୍ରମେ କୁଳମଣି ସେଠି ଆସିକା ଥାନା ଅଧୂକାରୀ ରୂପେ । ଦାୟିତ୍ଵ ଗ୍ରହଣ କରିବା ପରେ ଥାନାର ସମସ୍ତ କର୍ମଚାରୀ ଓ ବହୁ ସଚେତନ ନାଗରିକ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଛନ୍ତି। ଆସିକା
ପୁଲିସ ପ୍ରଶାସନ ପକ୍ଷରୁ ଅପରାଧ ଦମନ, ଆଇନ ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କୁ ତ୍ୱରିତ୍‌ ନ୍ୟାୟ ପ୍ରଦାନ, ଅପରାଧ ନିୟନ୍ତ୍ରଣ ଦିଗରେ ଦୃଢ ପଦକ୍ଷେପ, ପଟ୍ରୋଲିଂ ଓ ଟ୍ରାଫିକ୍ ସମସ୍ଯା କୁ ସୁବ୍ୟବସ୍ତା କରିବା ଓ ଅସାମାଜିକ କାର୍ଯ୍ୟକଳାପକୁ ଦମନ ପାଇଁ ଅଭିଯାନ ଜାରି ରହିବ ବୋଲି କହିଛନ୍ତି। ଏଥିସହ ଶାନ୍ତିଶୃଙ୍ଖଳା ରକ୍ଷା, ଟ୍ରାଫିକ ସମସସ୍ୟା ସମାଧାନ ଦିଗରେ ମଧ୍ଯ ପଦକ୍ଷେପ ନିଆଯିବ ବୋଲି ଆସିକା ଥାନାର ନୂତନ ଥାନା। ଅଧୂକାରୀ କୁଳମଣି ସେଠି ପ୍ରକାଶ କରି କରିଛନ୍ତି।

41
4858 views