
କଣିହାଁ ବ୍ଲକ ୧୦ଓ ୮ନଂ ଜୋନ ର ସାଙ୍ଗଠନିକ ବୈଠକ
କଣିହାଁ ବ୍ଲକ ୧୦ଓ ୮ନଂ ଜୋନ ର ସାଙ୍ଗଠନିକ ବୈଠକ
କଣିହାଁ ୩୧/୦୩ ଅନୁଗୁଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକ ର ୧୦ ଓ ୮ନଂ ଜୋନ ସ୍ତରୀୟ ବିଜୁ ଜନତା ଦଳ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ସମବାର ପବିତ୍ର ନଗର ସତସଙ୍ଘ କେନ୍ଦ୍ର ପରିସରରେ ଆୟୋଜିତ ବୈଠକ ରେ ବ୍ଲକ ବିଜେଡି ସଭାପତି କୈଳାଶ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ କରିଥିଲେ l ଏଥିରେ ଅତିଥି ଭାବେ ପାଳଲହଡା ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଧାୟକ ମୁକେଶ ପାଳ ଯୋଗ ଦେଇ ଥିଲେ l ପୂର୍ବତନ ବିଧାୟକ ଶ୍ରୀ ପାଳ ବକ୍ତବ୍ୟ ରେ ଭାଜପା ନେତୃତ୍ୱଧୀନ ରାଜ୍ୟ ସରକାର ଚାଷୀ ମରଣା ନୀତି ରେ କାଟିନି ଛାଟିନ ବ୍ୟବସ୍ଥା ର ସୀମା ଟପି ଯାଇଛି l ମିଲର ମାନଙ୍କ ସହିତ ମଧୁ ଚନ୍ଦ୍ରିକା ସମ୍ପର୍କ ରେ ଭଲ ମୁନଫା ଉଠାଉଛି l ଭାଜପା ସରକାର ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା କୁ ନାମ ରଙ୍ଗ ପରିବର୍ତ୍ତନ କରିବା ବ୍ୟସ୍ତ ରହୁଛି l ଏଭଳି ଭାଜପା ର ନେତୃତ୍ୱ ଧୀନ ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତି ଙ୍କ ଅପାରଗତା ଓ ସ୍ଥାଣୁତା ଉପରେ ଉଦବେଗ ପ୍ରକାଶ କରିଥିଲେ l ବିଜୁ ଜନତା ଦଳ ର ଦଳୀୟ କାର୍ଯ୍ୟକତ୍ତା କୁ ୱାର୍ଡ ଓ ପଂଚାୟତ ସ୍ତରରେ ନୂତନ କମିଟି ଗଠନ କରିବା ସହ ତୃଣମୂଳ ସ୍ତର ରେ ସଂଗଠନ କୁ ମଜବୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ସଂଗଠନ ଉପରେ ସୁଚିନ୍ତିତ ମତ ଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଯୁବ ନେତା ସୁବାଷ ଚନ୍ଦ୍ର ମହାନ୍ତି, ଗଗନ ରାଉତ, ଯୁଗଳ କିଶୋର ସାହୁ, ପର୍ଶୁରାମ ବିଶ୍ୱାଳ, ଝଶକେତନ ପ୍ରଧାନ, ଗିରିଶ ସାହୁ, ଦେବାଶିଷ ମହାନ୍ତି, କରୁଣାକର ପ୍ରଧାନ, ପୁରୁଷୋତ୍ତମ ସାହୁ, ଜୟନ୍ତ ପ୍ରଧାନ, ପ୍ରଶାନ୍ତ ସାହୁ, ମାଧବ ସାମଲ, ବାବୁଲା ପ୍ରଧାନ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳ ର ସାମର୍ଥିତ ନିର୍ବାଚିତ ଜନପ୍ରତିନିଧି ଓ ଶତାଧିକ ଦଳୀୟ କାର୍ଯ୍ୟକତ୍ତା ଯୋଗ ଦେଇ ଥଲେ l