
ରାଧାକୃଷ୍ଣ ଲୋକନାଟ୍ୟ ପରିବାର ତରଫରୁ ଗୁରୁପୂଜନ ଓ ବନ୍ଧୁମିଳନ
ରାଧାକୃଷ୍ଣ ଲୋକନାଟ୍ୟ ପରିବାର ତରଫରୁ ଗୁରୁପୂଜନ ଓ ବନ୍ଧୁମିଳନ
କଣିହାଁ ୩୧/୦୩ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବଡତ୍ରିବିଡ଼ା ଗ୍ରାମର ଶ୍ରୀ ରାଧାକୃଷ୍ଣ ଲୋକନାଟ୍ୟ ପରିବାର ତରଫରୁ ଗତକାଲି ରବିବାର ପୂର୍ବାହ୍ନ ରେ ଗ୍ରାମର ଆମ୍ବତୋଟା ଠାରେ ଗୁରୁପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଭଳି ପରମ୍ପରା ଲୋକନାଟ୍ୟ ପରିବାର ପ୍ରତିବର୍ଷ ଦୋଳ ପୁର୍ଣିମା ରେ ପାଳନ କରାଯାଉଛି l ଗ୍ରାମର ଦୋଳ ଉତ୍ସବ ରେ ଗ୍ରାମର ଯୁବବର୍ଗ ଲୋକ କଳା କୁ ଉଦ୍ଜୀବିତ ରଖିବାକୁ ପ୍ରୟାସ ଜାରିରଖିଛନ୍ତି l ଚଳିତ ବର୍ଷ ଦୋଳ ପୁର୍ଣିମା ରେ ଗ୍ରାମର ଶ୍ରୀ ରାଧାକୃଷ୍ଣ ଲୋକନାଟ୍ୟ ପରିବାର ତରଫରୁ ସାମାଜିକ ନାଟକ ପରିବେଷଣ କରିଥିଲେ ନୁପୁର ହେବ ନୂଆ କାହାଣୀ l ଏହି ବିଷୟରେ ଆଧୁନିକ ସାମାଜିକ ଚାଲି ଚଳନ ଉପରେ ଆଧାରିତ l ଏହି ସାମାଜିକ ନାଟକ ର ବିଷୟବସ୍ତୁ ଟି ବେଶ କଲାପ୍ରେମୀ ଙ୍କ ହୃଦୟ ସ୍ପର୍ଶି ହୋଇଛି l ଏଥିରେ ଅତିଥି ଭାବେ ଶ୍ରମିକ ନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ସରପଞ୍ଚ ଶାନ୍ତନୁ କୁମାର ପ୍ରଧାନ, ଗ୍ରାମ୍ୟ ସଭାପତି ଛବିନ୍ଦ୍ର ବେହେରା, ନାଟ୍ୟ ନିର୍ଦେଶନା ମାନସ ଭୂଇଁୟା, ନାଟ୍ୟପରିଚାଳନା ଗୋଲକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଲୋକନାଟ୍ୟ ପରିବାର ତରଫରୁ ଅତିଥି ମାନଙ୍କୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସନ୍ନମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ l କାର୍ଯ୍ୟକ୍ରମ ପରିଶେଷ ରେ କଲାପରମ୍ପରା କୁ କଳାକାର ମାନେ ଉଦ୍ଜୀବିତ ରଖିଥିବା ରୁ ଅତିଥି ମାନେ ପ୍ରଶଂସା କରିଥିଲେ l କମିଟି ର ବରିଷ୍ଠ ସଦସ୍ୟ ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀ ରାଧାକୃଷ୍ଣ ଲୋକନାଟ୍ୟ ର ସମସ୍ତ କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ l