logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିତ୍ରକୋଣ୍ଡା ଶିଶୁ ମନ୍ଦିର ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ଚିତ୍ରକୋଣ୍ଡା:- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସଦମହକୁମା ସ୍ଥିତ ଚିତ୍ରକୋଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ନରସିଂହ କୋପେ ଙ୍କ ଆହ୍ୱାନ କ୍ରମେ ପଞ୍ଚବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରି ଖିଲ ଯୋଗଦେଇଥିବା ବେଳେ ସମ୍ମାନିତ ଅତିତି ଭାବରେ ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା,ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟ ର ଅଧକ୍ଷ ଚିନ୍ମୟ ବେହେରା,ମୁଖ୍ୟ ବକ୍ତା ଭାବେ ରମେଶ ଚନ୍ଦ୍ର ମହାରଣା ବାର୍ଷିକ ଉତ୍ସବ ମଞ୍ଚରେ ଉପସ୍ଥିତ ଥିଲେ। ଏହା ସହ ବିଦ୍ୟାଳୟର ସଭାପତି ସତ୍ୟବାଦୀ ବେହେରା, ସମ୍ପାଦକ ଶଶାଙ୍କ ଶେଖର କର, କୋଷାଧ୍ୟକ୍ଷ ହେମନ୍ତ ନାୟକ,ପରିଚାଳନା କମିଟି ସଦସ୍ୟ ରତ୍ନାକର ପ୍ରଧାନ,ଦେବେନ୍ଦ୍ର ସାହୁ,ମୋନାଜ ପାତ୍ର,ହେମନ୍ତ ଭୁଁୟା,ଗୁରୁଚରଣ ଘଡେ଼ଇ,ମଦନ ଦାସ,ଉତ୍ତମ ରାୟ,ଚିତ୍ରକୋଣ୍ଡା ର ସମସ୍ତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ସନ୍ଧ୍ୟା ଅଧିବେଶନରେ ବିଦ୍ୟାଳୟ ର ବିବରଣୀ ପଠନ, ଅତିଥିମାନଙ୍କ ଅଭିଭାଷଣ,ବାର୍ଷିକ ଉତ୍ସବ ଅବସରରେ ହୋଇଥିବା କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପୁରସ୍କାର ପ୍ରଦାନ କରାଯାଇଥିଲା।ଏହାପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଶେଷ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ବାର୍ଷିକ ଉତ୍ସବକୁ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ସମେତ ଉପସ୍ଥିତ ଦର୍ଶକମାନେ ମନୋଭରୀ ଉପଭୋଗ କରିଥିଲେ, ଏହାପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟ ର ଗୁରୁଜୀ ସୁବାସ ମାଝୀ,ସୌମ୍ୟା ରଞ୍ଜନ ଗୁଡ଼ିଆ,ସମ୍ବିତ ଗିରି,ସୁବାସ ଗୁଡ଼ିଆ,ଗୁରୁମା ସବିତା ମହାପାତ୍ର,କେ ଭାରତୀ ରାଓ,ସୁମତି ପାଇକରାୟ,ପ୍ରତିମା ଗରାଡ଼ା ,ନନ୍ଦିନୀ ମାଝୀ,ମାଲା ଗାଇନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

169
8849 views

Comment