logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମଟକେରା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ. • ଯୋଗଦେଲେ ଏବିଇଓ ସୁଢଳ ଦେବ ମୁଣ୍ଡ.

ଲାଞ୍ଜିଗଡ଼,(ନି:ପ୍ର):ଉଭୟ ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ଓଡ଼ିଶାର ସମସ୍ତ ସ୍କୁଲରେ ପାଳନ କରାଯାଉଛି ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ୨୦୨୫.ଏବଂ ବାର୍ଷିକ ଉତ୍ସବ।ଏହି ପରିପ୍ରେକ୍ଷୀରେ ବୁଧବାର ଦିନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅଧିନସ୍ତ କାନକୁଟୁରୁ ପଞ୍ଚାୟତ ମଟକେରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ପଞ୍ଚାନନ ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାନକୁଟୁରୁ ସରପଞ୍ଚ ବନମାଳୀ ମାଝୀ,ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଢଳ ଦେବ ମୁଣ୍ଡ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ କୈଳାସ ସାହୁ ଯୋଗଦେଇଥିଲେ।ସେହିପରି ସ୍ଥାନୀୟ ନାଏବ ସରପଞ୍ଚ ପ୍ରତିନିଧି ମଳୟ ବିଭାର,ସ୍କୁଲ ପରିଚାଳନା କମିଟି ସଭାପତି ନିଧନ ବିଭାର, ଗ୍ରାମର ଭଦ୍ର ବ୍ୟକ୍ତିତ୍ୱ ଭାବେ ମକରନ୍ଦ ନାଗ, ମଙ୍ଗଳୁ ହରପାଳ, ନିକଟସ୍ତ ସିନ୍ଧିବାହାଳୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁରାମ ହରିଜନ, କୁକେଲ କୁବୁରି ସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୁଖ ମଞ୍ଚରେ ମଞ୍ଚାସୀନ ରହି ଛାତ୍ର ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏଥିରେ ସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରୁସ୍କୃତ କରାଯାଇଥିଲା।ଏଥିରେ ସ୍କୁଲର ସହ ଶିକ୍ଷକ ସୁନୀଲ ମେହେର, ଆର୍.ସି.ଏମ୍ ଶିକ୍ଷୟିତ୍ରୀ ସୁଜାତା ନାଗ ବିଶେଷ ସହଯୋଗ କରିଥିବାବେଲେ ସାମ୍ବାଦିକ ମଳୟ ବେନୁଆଁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଗାଁର ବୀରେନ୍ଦ୍ର ବିଭାର, ପ୍ରକାଶ ନାଗ, କୁମୁଦ ହରିଜନ, ସୁଶାନ୍ତ ହରିଜନ, କନ୍ଦର୍ପ ଦୁର୍ଗା,ଭୂପେନ୍ଦ୍ର ବିଭାର, ବିଷ୍ଣୁ ବିଭାର, କାମେଶ୍ୱର ହରିଜନ୍ ପ୍ରମୁଖ ବିଶେଷ ସହଯୋଗ କରିଥିବାବେଳେ ସମସ୍ତ ଅଭିଭାବକ ଅଭିଭାବିକା ଉପସ୍ଥିତ ରହିଥିଲେ।

165
5641 views

Comment