logo

ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା

ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ଯୋଜନା । ଆଜି ନିମାପଡା ନିର୍ବାଚନ ମଣ୍ଡଳୀର ନିମାପଡା ବ୍ଲକ ବଳଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୁଷ୍ମାନ ଭାରତ ଯୋଜନା ର ଶୁଭାରମ୍ଭ VC ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରେ ଉପସ୍ଥିତ ସମ୍ମାନିତ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକବର୍ଦ୍ଧନ ସିଂ ଦେଓ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଟକ ସାଂସଦ ଭର୍ତ୍ତୃହରି ମହତାବ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଜଗତସିଂପୁର ସାଂସଦ ବିଭୁ ତରାଇ ଏବଂ ସ୍ଥାନୀୟ ବିଧାୟକମାନଙ୍କ ଗହଣରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତପ୍ରସାଦ ନଡ଼୍ଡା ବଟନ ଟିପି ଯୋଜନା ର ଶୁଭାରମ୍ଭ କରିଥିଲେ ।

ଆୟୁଷ୍ମାନ ଭାରତ ଯୋଜନାରେ ପରିବାରର ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ । ଦେଶର ୨୯୦୦୦ ହସ୍ପିଟାଲରେ ରୋଗୀ ଚିକିତ୍ସା ସୁବିଧା ପାଇବେ ।
Prabhati Parida Office of DCM,Odisha
Mohan Charan Majhi CMO Odisha
J.P.Nadda
ପୁରୀ ରୁ ମାନସ କୁମାର ଦାସ ଙ୍କ ରିପୋର୍ଟ

15
1826 views