logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନିୟମଗିରି ପାହାଡ଼ରେ ୩ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଲାଞ୍ଜିଗଡ(AIMA): ନିୟମଗିରି ପାହାଡ଼ ଅଞ୍ଚଳରେ ୩ ସହିଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସହିଦ ସ୍ତମ୍ଭ ସ୍ଥାପନ କରାଯାଇଛି। ଲାଖପଦର ଗାଁରେ ସହିଦ ବିର୍ସା ମୁଣ୍ଡାଙ୍କ ସହ ସ୍ଥାନୀୟ ଦୁଇଜଣ ସହିଦ ବାରି ପିଡି଼କାକା ଓ ଶୁକ୍ରୁ ମାଝୀଙ୍କ ପ୍ରତିମୂର୍ତ୍ତି ଉନ୍ମୋନ୍ମୋଚନ ହେଇଛି । । ନିୟମଗିରି ଜଳ, ଜମି,ଜଙ୍ଗଲ, ପାଇଁ ସଂଗ୍ରାମ, ଲଢ଼େଇ କରିଆସୁଥିବା ସଂଗ୍ରାମୀଙ୍କୁ ମାଓବାଦୀ କହି ପ୍ରଶାସନ ଧରିନେଇ ଜେଲରେ ଭର୍ତ୍ତି କରୁଥିଲା। ତଥାପି ସଂଗ୍ରାମ ଜାରି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ମନେ ରଖୁବା ପାଇଁ ଆଜି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ବାରି ପିଡ଼ିକାଙ୍କୁ ମୁନିଗୁଡ଼ା ପୁଲିସ ଜେଲରେ ଭର୍ତ୍ତି କରିଥିଲା । ସେହି ସମୟରେ ତାଙ୍କର ଦେହ ଅସୁସ୍ଥ ଥିଲା ଚିକିତ୍ସା କରିବୁ ବୋଲି କହିଥିଲେ, କିନ୍ତୁ କିଛି ଚିକିତ୍ସା କଲେ ନାହିଁ। ଦୁଇ ବର୍ଷ ପୂର୍ବେ ବିଷମକଟକ ଜେଲରେ ତାଙ୍କର ମୃତ୍ୟୁ ହୋଇଥିଲା I ସେହିପରି ଆଉ ଜଣେ ସଂଗ୍ରାମୀ ଶୁକ୍ରୁ ମାଝିଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା I ସେ ଏଠାକାର ଏକ କମ୍ପାନୀ ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଥିଲେ I ଏଣୁ ସଂଗ୍ରାମୀ ବିର୍ସା ମୁଣ୍ଡା, ବାରି ପିଡିକାକା ଓ ଶୁକ୍ର ମାଝିକୁ ମନେ ରଖିବା ପାଇଁ ତାଙ୍କ ପ୍ରତିମୂରି ଉନ୍ମୋଚନ କରି ସହିଦ ସ୍ତମ୍ଭ ସ୍ଥାପନ କରାଯାଇଛି ବୋଲି ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକ୍‌କା କହିଛନ୍ତି। ଆଜି ସକାଳ ୧୦ଟାରେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍‌କା,ଦଧି ପୁଷିକା ଓ କୁଣଜୀ କୁଟ୍ରୁକା ଅତିଥି ଭାବେ ରହି ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଜନମଞ୍ଚ ସୁରକ୍ଷା ଆବାହକ ଦଣ୍ଡପାଣି ମହାନ୍ତି,ପଶ୍ଚିମବଙ୍ଗ ମାନବ ଅଧିକାର କର୍ମୀ ବାବୁସିଂ ରଏ, କଳିଙ୍ଗ ନଗରର ଆନ୍ଦୋଳନର ନେତ୍ରୀ ସିନି ସଏ, ଗନ୍ଧମାର୍ଦନ, ଖଣ୍ଡୁଆଳମାଳ ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର,ସିଜିମାଳି ଅଞ୍ଚଳର ପ୍ରମୁଖ ନେତାମାନେ ଯୋଗ ଦେଇଥିଲେ | ନିୟମଗିରି ପାହାଡ଼ର ୧୧୨ଖଣ୍ଡ ପଦରର ଡଙ୍ଗରିଆ କନ୍ଧମାନେ ନିଜ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଉପସ୍ଥିତ ରହିଥିଳେ। ଆଦିବାସୀଙ୍କ ପାଇଁ ଲଢ଼େଇ କରି ସହିଦ ହୋଇଥ‌ିବା ତିନି ଜଣଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଜୟ ଧରଣୀପେନୁ, ଜୟ ନିୟମରଜା ଡାକରା ଦେଇ ତାଙ୍କ କାର୍ଯ୍ୟକୁ ଅନୁସରଣ କରି ଚାଲିବା ପାଇଁ ସଂକଳ୍ପ କରିଥିଲେ।

119
10167 views

Comment