logo

ଅଗ୍ନି କାଣ୍ଡ ରେ ଜଳିଗଲା ୧୧ ବଖରା ଘର, ଲକ୍ଷାଧିକ ଟଙ୍କାର ଆସବାସ ପତ୍ର ନଷ୍ଟ।

ଆସିକା:୧୮/୦୪ ଗଂଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ବାହାର ପୁର ପଞ୍ଚାୟତ ର ଡ଼ାକବାଜ ପନ୍ଦରା ସାହି ର ଜଣକ ଘରୁ ଅଚାନକ ନିଆଁ ବାହାରିବା ଯୋଗୁଁ ୧୧ ବଖରା ଘର ସମ୍ପୂର୍ଣ ଜଳି ଯାଇ ଅଛି। ଏହି ଅଗ୍ନି କାଣ୍ଡ ରେ ଘର ର ଆସବାସ ପତ୍ର, ଧାନ, ଚାଉଳ, ବିରି, ମୁଗ ଆଦି ଖାଦ୍ୟ ଶସ୍ୟ ଜଳି ପୋଡି ପାଉଁଶ ହୋଇ ଯାଇଛି।
ଖବର ପାଇ ଆସିକା, ଧରାକୋଟ ଦମକଳ ବାହୀନି ପହଞ୍ଚି ନିଆଁ କୁ ଆୟତ୍ତ କରି ଥିଲେ। ଘଟଣା ସ୍ଥଳ ରେ ଧରାକୋଟ ବିଡ଼ିଓ, ତହସିଲଦାର, ଅତିରିକ୍ତ ତହସିଲଦାର ପହଞ୍ଚି ସ୍ଥିତି କୁ ପରଖି ଥିଲେ, ଏବଂ କ୍ଷତି ଗ୍ରସ୍ତ ପରିବାର ଙ୍କୁ ଶୁଖିଲା ଖାଦ୍ୟ, ପଲିଥିନ ଶୀଘ୍ର ଦେବାକୁ ନିର୍ଦ୍ଦେଶ ଦେଇ ଥିଲେ, ଏଵଂ ଯାହା ସରକାର ଙ୍କ ଗାଇଡ ଲାଇନ ଅନୁଯାୟୀ କ୍ଷତି ଗ୍ରସ୍ତ ପରିବାର ଙ୍କୁ ନିଶ୍ଚିତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହି ଥିଲେ।

0
0 views