
ଫରେଷ୍ଟର ଉଚିତ ପ୍ରାପ୍ୟ ନଦେବାରୁ ରସି ଲଗାଇ ମୁନୁସୀ ଙ୍କ ଆତ୍ମହତ୍ୟା l
ଅନୁଗୋଳ ( କରୁଣାକର ନାୟକ )23/4 ଅନୁଗୋକ ଜିଲ୍ଲା ଆଠମଲ୍ଲିକ କେନ୍ଦୁପତ୍ର ବନଖଣ୍ଡ ନାକିଚି ରେଞ୍ଜେ ଆମ୍ବଶରମୁଣ୍ଡା ସେକସନ ପଥରଖୁମ୍ପା କେନ୍ଦୁପତ୍ର ଫଡି ର କାର୍ଯ୍ୟରତ ମୁନୁସୀ ଅନାମ ଚରଣ ନାୟକ ନୂତନ ପତ୍ର ଫଡ଼ିରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି l ସୂଚନା ନେବାରେ ଜଣାଯାଏ କି ଏ ବର୍ଷ ଫଡି ଘର ମରାମତି କାର୍ଯ୍ୟ ରେ ଯେତିକି ଟଙ୍କା ଖର୍ଚ୍ଚ ହୋଇଥିଲା ସେତିକି ଟଙ୍କା ପାଇବାକୁ ମୁନୁସୀ ଜିଦ କଲେ l କିନ୍ତୁ.ଫରେଷ୍ଟର କ୍ଷୀରୋଦ ପ୍ରଧାନ ସବୁ ଟଙ୍କା ଦେବାକୁ ମନା କଲେ ଯାହାକି ଟଙ୍କା ପାଇଁ ଫରେଷ୍ଟର ଓ ମୁନୁସୀ ଉଭୟ ଙ୍କ ମଧ୍ୟରେ କିଛି ପାଟି ତୁଣ୍ଡ ହୋଇ ଯୁକ୍ତି ତର୍କ ହୋଇଥିଲା ଯାହାକି. ଫରେଷ୍ଟର କ୍ଷିରୋଦ. ପ୍ରଧାନ ରିପ୍ୟାରିଙ୍ଗ ରେ ଯାହା ଅର୍ଥ ଖର୍ଚ୍ଚ ହୋଇଥିଲା ତାହା. ନଦେଇ. ସେଥିରୁ ଅଧା ଟଙ୍କା କାଟି ଦେଇଥିବାରୁ ସନ୍ଧ୍ୟାରେ ସ୍ୱାମୀ ସ୍ତ୍ରୀ ଭିତରେ ପାଟିତୁଣ୍ଡ ହୋଇଥିଲା l ପ୍ରତିବର୍ଷ ଏହିପରି ଫଡି ରିପ୍ୟାରିଙ୍ଗ ଅର୍ଥ ପାଉଥିବାରୁ ଅବଶିଷ୍ଟ ଅର୍ଥ ଭରଣା କରିବାକୁ ଚିନ୍ତାରେ ମୁନୁସୀ ଆତ୍ମହତ୍ୟା କରିଥିବା ଜଣାଯାଇଛି l ସେହି ଗୋଟିଏ ମୁନୁସୀ କୁ ଶ୍ରମିକ ମାନଙ୍କ ମଜୁରୀ ଦେବାକୁ ହଇରାଣ କରନ୍ତି l ଡ୍ରଇଂ ମଜୁରୀ ସରକାରଙ୍କ ଧର୍ଯ୍ୟ ମଜୁରୀ 1000 କେରିକୁ. 13 ଟଙ୍କା 33 ପଇସା ଦେବାର ବ୍ୟବସ୍ଥା ଥିବାବେଳେ ସେହି ଫରେଷ୍ଟର DS ଟଙ୍କା 5/6 ଟଙ୍କାରେ. ଦେଇ ଅବଶିଷ୍ଟ ରେଞ୍ଜର ସହିତ ଭାଗ କରି ନିଅନ୍ତି l ପ୍ରତିବାଦ କଲେ ଚାକିରୀ ରୁ ଛଡାଇଦେବାକୁ. ଧମକ ଦିଅନ୍ତି l ଏହା ଉଚ୍ଚ ସ୍ତରୀୟ ତଦନ୍ତ କଲେ ସତକଥା. ଲୋକ ଲୋଚନ କୁ ଆସିପାରିବ l ହକ ପ୍ରାପ୍ୟ ପାଇଁ ଆତ୍ମହତ୍ୟା କରିଥିବା ମୁନୁସୀ ପରିବାରକୁ ଫଡି ରିପ୍ୟାରିଙ୍ଗ ର ଉଚିତ ପ୍ରାପ୍ୟ. ଦେବା ସହିତ କାର୍ଯ୍ୟ ରତ ମୃତ ମୁନୁସୀ ପରିବାର ଙ୍କୁ ସରକାର 5 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଅଂଚଳବାସୀ ଦୃଢ ଦାବୀ କରିଛନ୍ତି l ଉକ୍ତ ଫରେଷ୍ଟର 22 ମସିହାରେ ଉକ୍ତ ସେକ୍ସନ ରେ 9 ଜଣ ମୁନୁସୀ ମାନଙ୍କ ଶ୍ରମିକ ଟଙ୍କା ନଦେଇ ଥିବା ହେତୁ ମୁନୁସୀ ମାନଙ୍କ ମନରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି l ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ଆମ୍ବଶରମୁଣ୍ଡା ସେକ୍ସନ ର ସମସ୍ତ ମୁନୁସୀ ଦାବୀ କରିଛନ୍ତି l