
DFO ଙ୍କ ପ୍ରତିଶ୍ରୁତି ପରେ ଅନଶନ ରୁ ଓହରିଲେ ସୁଶାନ୍ତ ରାଉଳ ଓ ସାଥି l
ଅନୁଗୋଳ (କରୁଣାକର ନାୟକ ) 26/4 ଆଠମଲ୍ଲିକ କେନ୍ଦୁପତ୍ର ଡିଭିଜନ ରେ ବ୍ୟାପକ ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ଦାବିରେ 13 ଦଫା ଦାବିନେଇ ଆଠମଲ୍ଲିକ DFO (KL)କାର୍ଯ୍ୟଳୟ ରେ ଗତ ତା 24/4/25 ରିଖ ଠାରୁ ଆମରଣ ଅନଶନ ରେ ବସିଥିବା ଓକିଲ ସୁଶାନ୍ତ ରାଉଳ ଓ ସାଥି ମାନଙ୍କ ଦାବିକୁ ଆଜି ତା 26/4/25 ରିଖ ଦିନ ଏକ ଘଣ୍ଟା ସମୟରେ ଉପଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଅତିରିକ୍ତ ତହସିଲଦାର କେ ଭେଙ୍କେଟେଶ୍ୱର ରାଓ ଆଠମଲ୍ଲିକ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ ଚନ୍ଦ୍ର ମାଝୀ, ଉପ ବନଖଣ୍ଡ ଅଧିକାରୀ (କେନ୍ଦୁପତ୍ର) ଭରତ ଚନ୍ଦ୍ର ସାହୁ, ଶ୍ରମିକ ନିରଞ୍ଜନ ବେହେରା ଓ ଓକିଲ ଙ୍କ ଉପସ୍ଥିତ ରେ DFO ଙ୍କ କାର୍ଯ୍ୟାଳୟ ଗୃହରେ ଆଲୋଚନା ହୋଇ 13 ଦଫା ଦାବିକୁ କାର୍ଯ୍ୟକାରୀ କରିବାକୁ ଆଲୋଚନା କରାଯାଇଛି (1) ଆଠମଲ୍ଲିକ କେନ୍ଦୁପତ୍ର ବନଖଣ୍ଡ ଅଧୀନରେ କୌଣସି ଫଡ଼ିରେ କେରିପ୍ରତି 22 ଟି ପତ୍ର କିଣିବାକୁ ମନା କରିବା ସହିତ ଆଜି ଠାରୁ ଦୁଇଦିନ ଭିତରେ ଆଠମଲ୍ଲିକ ଡିଭିଜନ ର ପ୍ରତ୍ୟେକ ଫଡ଼ିର ଗୃହ ମାନଙ୍କ ରେ ଶ୍ରମିକ ଏବଂ ଜନ ସାଧାରଣ ଅବଗତି ନିମନ୍ତେ ପ୍ରତ୍ୟେକ କେରିରେ 20 ଟି ଭଲକେନ୍ଦୁ ପତ୍ର ଦିଅନ୍ତୁ ଏବଂ କେରିପ୍ରତି ଏକ ଟଙ୍କା ଷାଠିଏ ପଇସା ପାଆନ୍ତୁ l ଲେଖି କାନ୍ଥରେ ଛାପବାକୁ ନିଷ୍ପତି ଗ୍ରହଣ କରାଗଲା l କୌଣସି ଫଡ଼ିରେ କେରିପ୍ରତି 20 ଟି ପତ୍ର ବଦଳରେ 22 ଟି ପତ୍ର କିଣା ଯାଉଥିଲେ ସମ୍ପୃକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଉପ ବନଖଣ୍ଡ ଅଧିକାରୀ ଆଠମଲ୍ଲିକ ଭାରତ ଚନ୍ଦ୍ର ସାହୁ ସ୍ପଷ୍ଟ ଭାବେ ମିଳିତ ଆଲୋଚନା ରେ ଜଣାଇଥିଲେ l କିଆକଟା ରେଞ୍ଜେ ଅଧିନସ୍ଥ ରାଉତପଡା ସେକସନ "ମୁଛପୁର" କେନ୍ଦୁପତ୍ର ଫଡ଼ିରେ 2021 ମସିହାରେ ଫାଡ଼ିଗୃହ ନିର୍ମାଣ କାର୍ଯ୍ୟରେ ବକେୟା କୁଲି ମଜୁରୀକୁ ଆସନ୍ତା ମେ ମାସ 6 ତାରିଖରେ ପ୍ରଦାନ କରିବାକୁ ଉପଖଣ୍ଡ ଅଧିକାରୀ ଙ୍କୁ କେନ୍ଦୁପତ୍ର ଆଠମଲ୍ଲିକ କୁ ଜଣାଇଥିଲେ ଏବଂ କାର୍ଯ୍ୟ କରିଥିବା ଶ୍ରମିକ ଙ୍କୁ ଉକ୍ତ ଦିନ ଉପସ୍ଥିତ ରହି ଦଳପତି ସୁଶାନ୍ତ କୁମାର ରାଉଳ ଙ୍କ ଉପସ୍ଥିତରେ ମଜୁରୀ ଗ୍ରହଣ କରିବାକୁ ଜଣାଇ ଦିଆଯାଇଥିଲା l ଏ ବିଷୟରେ ଆବଶ୍ୟକ ପଡିଲେ ଆଠମଲ୍ଲିକ ଥାନା ଅଧିକାରୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିବାକୁ ନିଷ୍ପତି ନିଆଯାଇଥିଲା l ତତ ସହିତ ଜାଲ ପ୍ରମାଣ ପତ୍ର ଦେଇ ଚାକିରୀ କରିବା ଘଟଣା କୁ ଭେରୀଫିକେଶ. କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ 2024 ମସିହା ଠାରୁ ଶ୍ରମିକ ମାନଙ୍କ DS ଅର୍ଥ ସରକାର ଙ୍କ ଧର୍ଯ୍ୟ ନିର୍ଧାରଣ ଅନୁସାରେ ଶ୍ରମିକ ମାନଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବାକୁ ନିଷ୍ପତି ନିଆଗଲା l ଏହିପରି 13 ଗୋଟି ଦାବିକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତି ନିଆଯାଇ ସମ୍ମତି ପ୍ରକାଶ କରିଥିବାରୁ ଆନ୍ଦୋଳନ କାରୀମାନେ ଆମରଣ ଅନଶନ ରୁ ଓହରିଥିଲେ l