logo

ନକଲି ହନୁମାନ ମୁଦ୍ରା ଓ ଜାଲ ନୋଟ୍‌ ରାକେଟ୍‍ ଠାବ, ୩ ଗିରଫ

ପିପିଲି: ନକଲି ହନୁମାନ ମୁଦ୍ରା ଓ ଜାଲ ନୋଟ୍‌ ଦେଇ ଠକୁଥିବା ଏକ ଗୋଷ୍ଠୀର ୩ଜଣ ସଦସ୍ୟଙ୍କୁ ଡେଲାଙ୍ଗ ପୁଲିସ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ ବାରିକ (୩୨), ବରଗଡ ଜିଲା ପଦ୍ମପୁର ଥାନା ଅଞ୍ଚଳର ଶ୍ରୀନିବାସ ସାହୁ (୩୪) ଓ ବୁଡେନ ଥାନା ଅଞ୍ଚଳର ପ୍ରଦୀପ ଅଗ୍ରୱାଲ (୩୫)। ସେମାନଙ୍କଠାରୁ ଏକ ନକଲି ହନୁମାନ ପଇସା ସମେତ ମୋବାଇଲ ଫୋନ, କାର୍‍, ରଙ୍ଗିନ ଜେରକ୍ସ ଓ ପ୍ରିଣ୍ଟିଂ ମେସିନ, କେମିକାଲ ରଙ୍ଗ ଓ କିଛି କାଗଜ ବିଡାକୁ ପୁଲିସ ଜବତ କରିଛି ପୁରୀ ରୁ ମାନସ କୁମାର ଦାସ ଙ ରିପୋର୍ଟ

0
686 views