
ସ୍ୱାଭିମାନ ଓଡିଶା ପକ୍ଷରୁ ବିକାଶ ମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ
ସ୍ୱାଭିମାନ ଓଡିଶା ପକ୍ଷରୁ ବିକାଶ ମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ
ଆସିକା ୨୯/୦୪-ସ୍ୱାଭିମାନ ଓଡିଶା ପକ୍ଷରୁ ବିକାଶ ମୂଳକ ଆଲୋଚନା ଚକ୍ର ଆସିକାର ହୋଟେଲ ଏଥର ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଯୁବ ନେତୃତ୍ୱ ଅମ୍ବିକା ପ୍ରସାଦ ପଣ୍ଡା ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ମୁଖ୍ୟଅତିଥି ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଳକୃଷ୍ଣ ପଣ୍ଡା ,ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧିକ୍ଷକ ଯନ୍ତ୍ରୀ ଯାମିନୀ କାନ୍ତ ଦାସ ଆସିକା ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ନେତୃ ସ୍ଥାନୀୟ ବ୍ୟକ୍ତି ଯୋଗଦେଇଥିଲେ। ଆସିକା ଅଞ୍ଚଳର ବିକାଶ ମୂଳକ କାମ ଗୁଡିକ କିଭଳି ତ୍ୱରାନ୍ୱିତ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସଂଗଠନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବରିଷ୍ଠ ରାଜନେତା ମନୋରଞ୍ଜନ ପଣ୍ଡା ଆଲୋଚନା କରିଥିଲେ। ସ୍ୱାଭିମାନ, ସଂସ୍କୃତି ଓ ବିକାଶର ବାର୍ତ୍ତା ଦେଇଥିଲେ ମୁଖ୍ୟ ବକ୍ତା ଯାମିନୀକାନ୍ତ ଦାଶ। ଉକ୍ତ ବିକାଶ ମୂଳକ ଆଲୋଚନା ଚକ୍ର ଶ୍ରେଷ୍ଠ ଗଞ୍ଜାମ ଗଠନ ନିମନ୍ତେ ପରିକଳ୍ପନା ହୋଇଥିବା କହିଥିଲେ ସମ୍ମାନିତ ଅତିଥି ସୂର୍ଯ୍ୟକାନ୍ତ ପରିଡା।ଆସିକାରେ ଶିଳ୍ପ ପାଇଁ କ୍ଷେତ୍ର ଅନୁକୂଳ ଥିବାବେଳେ ପ୍ରତିଟି ସରକାରଙ୍କ ଉଦାସୀନତା କାରଣରୁ ବିକାଶ ହେଇପାରିନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ଉପସ୍ଥିତ ଅତିଥି ଓ ବୁଦ୍ଧିଜୀବୀ।କଳା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅବଦାନକୁ ନେଇ ଉପସ୍ଥିତ ସମସ୍ତ ବୁଦ୍ଧିଜୀବୀ ଗର୍ବ ଅନୁଭବ କରିଥିବା ବେଳେ କାହିଁକି ଅନେକ କ୍ଷେତ୍ରରେ ପଛୁଆ ବୋଲି ପ୍ରଶ୍ନ କରିବା ସହିତ ଏହାର ଉତ୍ତର ରଖିଥିଲେ ସଂଗଠନ ସମ୍ପାଦକ ବରୁଣ ପାଢ଼ୀ।ଶ୍ରେଷ୍ଠ ଗଞ୍ଜାମ ଅଭିଯାନ ନିମନ୍ତେ ସିଭିଲ ସର୍ଭିସ ପାଠ ପଢିବା ପାଇଁ ମୁକ୍ତରେ ଶିକ୍ଷାଦାନ କରାଇବା ଲକ୍ଷ୍ୟ ରଖାଯାଇଥିବା ନେଇ ଜଣାପଡିଛି।ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଜେପି ନେତା ଶୁଭେନ୍ଦୁ ପାଢ଼ୀ,ବିଜେପି ନେତା ରାମକୃଷ୍ଣ ପାଢ଼ୀ, ଉଚ୍ଚନ୍ୟାୟାଳୟ ଓକିଲ ମନୋରଞ୍ଜନ ରଥ, ସାନଖେମୁଣ୍ଡି ବିଜେପି ନେତା ଗଦାଧର ସ୍ବାଇଁ ସୋରଡ଼ା ବିଜେପି ନେତା ସ୍ୱାଧୀନ ପଣ୍ଡା,ରାମକୃଷ ପାଢ଼ୀ ଙ୍କ ସମେତ ବହୁ ଆଇନଜୀବୀ, ସାମ୍ବାଦିକଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।