logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ବିଇଓ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ପିପିଲି: ଶିକ୍ଷୟିତ୍ରୀଙ୍କର ବଦଳି ବାତିଲ ଦାବିରେ ସହଜପୁର ପଞ୍ଚାୟତ ଅନ୍ତର୍ଗତ ରାଏଗୁରପୁର ଗ୍ରାମବାସୀ ସୋମବାର ପିପିଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ୨ ଘଣ୍ଟାକାଳ ଘେରାଉ କରିଥିଲେ। ରାଏଗୁରପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୫ଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ୩ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଥିଲେ। ଇତିମଧ୍ୟରେ ସେଠାରୁ ଜଣେ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ଶିକ୍ଷୟିତ୍ରୀଙ୍କ ବଦଳିକୁ ତୁରନ୍ତ ବାତିଲ କରିବା ଦାବିରେ ସୋମବାର କେତେକ ଗ୍ରାମବାସୀ ପିପିଲି ବ୍ଲକଛକସ୍ଥିତ ବିଇଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଶିକ୍ଷୟିତ୍ରୀଙ୍କ ବଦଳି ଫଳରେ ୨ଜଣ ଶିକ୍ଷକ କିଭଳି ୫ଟି ଶ୍ରେଣୀରେ ପାଠ ପଢାଇବେ ବୋଲି ଗ୍ରାମବାସୀମାନେ ବ୍ଲକ ଶିକ୍ଷାଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ପିପିଲି ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ନନ୍ଦ ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିବା ପରେ ଆନ୍ଦୋଳନ ହଟିଥିଲା।

161
2569 views

Comment