logo

ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୨ ଟି ହlଇୱା ଜବତ ଦୁଇ ଡ୍ରାଇଭର ଅଟକ

ଖୋର୍ଦ୍ଧା : ଖୋର୍ଦ୍ଧା ତହସିଲର ଓ ଟାଗିଂ ତହସିଲର ବିଭିନ୍ନ ରାଜସ୍ୱ ମୈ।ଜାରେ ଦିନକୁ ଦିନ ବେଧଡକ ଭାବରେ ଚାଲିଛି ଲଘୁଖଣିଜ ପଦାର୍ଥ ଚୋରାଚାଲାଣ।ମାଫିଆମାନେ ଜଂଗଲ ଜମି ଓ ରାଜସ୍ୱ ଜମି ଓ କାଜୁ କର୍ପୋରେସନ ଜାଗାରୁ ବେଆଇନ ଭାବରେ ଖଣି ଖୋଳି ମାଙ୍କଡା ପଥର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳକୁ ଚୋରାଚାଲାଣ କରୁଛନ୍ତି।ମାଫିଆମାନେ ଦିନରାତି ୧୬ ନମ୍ବର ଜାତୀୟ ରାଜପଥ ଓ ନୂଆ ଜଗନ୍ନାଥ ସଡକ ଦେଇ ଅନାୟସରେ ଚୋରାଚାଲାଣ କରୁଛନ୍ତି।ମାଙ୍କଡା ପଥର ଚୋରାଚାଲାଣ ରୋକିବା ପାଇଁ ରାଜ୍ୟ ସରକାର କଡାକଡି ଆଇନ କରିଥିବା ବେଳେ ମାଫିଆମାନେ କେତେକ ଅସାଧୁ ପୋଲିସ କର୍ମଚାରୀଙ୍କୁ ମାସିକିଆ ଵଟି ଦେଇ ଚୋରାଚାଲାଣ କରୁଛନ୍ତି।ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ରୋକିବା ପାଇଁ ପ୍ରତିବାଦ କଲେ ମାଫିଆମାନେ ଖଣ୍ଡା,ବୋମା,ବନ୍ଧୁକ ଦେଖାଇ ଧମକ ଚମକ ଦେଉଛନ୍ତି।ଏନେଇ ସ୍ଥାନୀୟ ଅଂଚଳର ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ମାଫିଆମାନେ ଖୋଲମଖୋଲା ଭାବରେ ସେମାନଙ୍କ ବେପାର କରୁଛନ୍ତି।ଗତକାଲି ଜଙ୍କିଆ ପୋଲିସ ଜଙ୍କିଆ ପଂଚାୟତ ମୁଣ୍ଡlଆମ୍ବ ମୌଜା ରୁ ଚଢ଼ାଉ କରି ୨ଟି ମୋରମ ବୋଝେଇ ହାଇଓ୍ବ। ନମ୍ବର OD02 W 9211 ଓ OD02 ଅନ 1380 ଜବତ କରିବା ସହିତ ୨ ଜଣ ଡ୍ରାଇଭର କୁ ଅଟକ ରଖିଛି।ଜବତ ଗାଡି ଓ ଡ୍ରାଇଭର ମାନଙ୍କ ନାମରେ ଥାନାରେ ମାମଲା ରୁଜୁ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ହlଇୱା ଦୁଇଟି କୁ ନକଲି କାଗଜ ଦେଖାଇ ଖସେଇବାକୁ ଉଦ୍ୟମ କରୁଥିବା ଶୁଣିବାକୁ ମିଳିଛି l

57
2139 views