logo

ଗୋଟିଏ ରଜ୍ୟ, ଗୋଟିଏ ଗ୍ରାମୀଣ ବ୍ୟାଙ୍କ।

ଭୁବନେଶ୍ୱର:୦୧/୦୫ ଆଜି ଠାରୁ ଓଡିଶା ରେ ଆଉ ଦୁଇ ଦୁଇ ଟି ଗ୍ରାମ୍ୟ ବ୍ୟାଙ୍କ ରହିବ ନାହିଁ, ଦୁଇ ଗୋଟି ଗ୍ରାମ୍ୟ ବ୍ୟାଙ୍କ ର ମିଶ୍ରଣ ହୋଇ ଯାଇଛି। ବର୍ତ୍ତମାନ ରାଜ୍ୟ ରେ ଗୋଟିଏ ଗ୍ରାମୀଣ ବ୍ୟାଙ୍କ ରହିବ ତାହା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ନାମ ରେ ସେବା ଯୋଗାଇବ। କେନ୍ଦ୍ର ସରକାର ଙ୍କ ନିଷ୍ପତ୍ତି କ୍ରମେ ଭାରତ ବର୍ଷ ରେ ଗୋଟିଏ ରାଜ୍ୟ ଗୋଟିଏ ଗ୍ରାମୀଣ ବ୍ୟାଙ୍କ ଏଥର କାର୍ଯ୍ୟ କରିବ । ଯାହା ଦ୍ଵାରା ଲୋକ ମାନେ ସହଜ ଓ ସୁବିଧା ରେ ବ୍ୟାଙ୍କ ସେବା ପାଇ ପାରିବେ। ଓଡ଼ିଶା ରେ ମଧ୍ୟ ଦୁଇ ଗୋଟି ଗ୍ରାମ୍ୟ ବ୍ୟାଙ୍କ ଥିଲା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ, ବର୍ତ୍ତମାନ ମିଶ୍ରଣ (murger) ହୋଇ ଓଡିଶା ଗ୍ରାମୀଣ ବ୍ୟାଙ୍କ ନାମରେ ନାମିତ ହୋଇଛି। ଏହାର ମୁଖ୍ୟାଳୟ ଭୁବନେଶ୍ୱର ରହିବ। ପ୍ରାୟ ତିରିଶି ଗୋଟି ଜିଲ୍ଲାରେ 779ଗୋଟି ଶାଖା ରହିଛି । ଏହି ଅବସର ରେ ଗତ କାଲି ଭୁବନେଶ୍ୱର ଠାରେ ଥିବା ମୁଖ୍ୟାଳୟ ଠାରେ ପୂଜା ପାଠ, ହୋମ କରାଯାଇ ଥିଲା, ଏବଂ ବ୍ୟାଙ୍କ ର ଅଧ୍ୟକ୍ଷ ସମସ୍ତ କର୍ମ ଚାରି ଙ୍କୁ ବ୍ୟାଙ୍କ ର ମିଶ୍ରଣ ବିଷୟ ରେ ସମ୍ୟକ୍ ସୁଚନା ପ୍ରଦାନ କରିଥିଲେ। ଏବଂ ଆଗାମୀ ଦିନ ରେ ସମସ୍ତେ ମିଳିମିଶି ନୂତନ ଗଠିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କୁ ରାଜ୍ୟ ରେ ଏକ ନମ୍ବର ବ୍ୟାଙ୍କ ଭାବରେ ପରିଗଣିତ କରିବାକୁ ଆହ୍ବାନ ଦେଇଥିଲେ।

1
742 views