logo

ଦାମନଯୋଡ଼ିରେ ଏ୧ ଗ୍ରେଡ୍ ସହିତ ସୋନାଲି ମ୍ୟାଟ୍ରିକ ଟପ୍ପର

ଦାମନଯୋଡ଼ି,୦୨/୦୫: ଶୁକ୍ରବାର ପ୍ରକାଶ ପାଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଶ୍ରେଣୀ ପରୀକ୍ଷା ଫଳ ଦାମନଯୋଡ଼ିରେ ଉତ୍ସାହ ଜନକ ହୋଇଛି।ଦାମନଯୋଡ଼ିର ପାଞ୍ଚ ଗୋଟି ସ୍କୁଲର ପରୀକ୍ଷା ଦେଇଥିବା ୪୪୬ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩୫ଜଣ ଅର୍ଥାତ ୯୮ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।ନାଲକୋ ଟାଉନସିପ ସରସ୍ବତୀ ବିଦ୍ୟାମନ୍ଦିରର ଛାତ୍ରୀ ସୋନାଲି ମାହୁନ୍ତ ୫୪୦ ନମ୍ବର ରଖି ଏ୧ ଗ୍ରେଡ୍ ସହିତ ଦାମନଯୋଡ଼ି ଟପ୍ପର ହୋଇଛନ୍ତି।ପିତା ଶ୍ରୀମନ୍ତ ମାହୁନ୍ତ ଓ ମାତା ଝରଣା ମାହୁନ୍ତଙ୍କ ସୁକନ୍ୟା ସୋନାଲି ମାଥାଲପୁଟରେ ନିଜ ଅଜା ଶଙ୍କର ବେହେରାଙ୍କ ପାଖେ ରହି ପାଠ ପଢ଼ୁଥିଲେ।ସରସ୍ବତୀ ବିଦ୍ୟାମନ୍ଦିରରେ ପରୀକ୍ଷା ଦେଇଥିବା ସମସ୍ତ ୧୩୨ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି।ଅନ୍ୟ ୪ଜଣ ଏ୨ ଗ୍ରେଡ ପାଇଛନ୍ତି।ମାଥାଲପୁଟ ମାଲୁ ସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୩୪ ନମ୍ବର ରଖି ଏ୨ ଗ୍ରେଡ ସହିତ ଓମ ପ୍ରକାଶ ଜେନା ସ୍କୁଲ ଟପ୍ପର ହୋଇଛନ୍ତି। ପିତା ନୀଳାମ୍ବର ଜେନା ଓ ମାତା ପୁଷ୍ପାଞ୍ଜଳି ଜେନାଙ୍କ ସୁପୁତ୍ର ହେଉଛନ୍ତି ଓମ ପ୍ରକାଶ।ଏହି ବିଦ୍ୟାଳୟର ପରୀକ୍ଷା ଦେଇଥିବା ୧୬୯ପିଲାଙ୍କ ମଧ୍ୟରୁ ୧୫୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଭେଜାପୁଟ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସମସ୍ତ ୫୧ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀ ସ୍ଵୟଂପ୍ରଭା ବିଶ୍ଵାଳ ୫୩୦ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ପିତା ସ୍ବର୍ଗତ ସନ୍ତୋଷ କୁମାର ବିଶ୍ଵାଳ ଓ ମାତା ସଂଜୁଲତା ବିଶ୍ଵାଳଙ୍କ ସୁପୁତ୍ରି ହେଉଛନ୍ତି ସ୍ଵୟଂପ୍ରଭା।ମାଥାଲପୁଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ୨୭ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରୀ ଏ.ସୁସ୍ମିତା ୪୯୯ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ପିତା ଏ.ଶ୍ରିନୁ ଓ ମାତା ଏ.ଗଙ୍ଗାଙ୍କ ସୁକନ୍ୟା ହେଉଛନ୍ତି ସୁସ୍ମିତା।ମାଥାଲପୁଟ ସ୍ଥିତ ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ,ଲିଟିଗୁଡ଼ାର ସମସ୍ତ ୭୦ଛାତ୍ରୀ ପାଶ କରିଥିବା ବେଳେ ଛାତ୍ରୀ ଅଞ୍ଜଳି ପାଙ୍ଗି ସର୍ବାଧିକ ୪୦୨ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି।ପିତା ପିଲୁକୁ ପାଙ୍ଗି ଓ ମାତା ସୋନେ ପାଙ୍ଗିଙ୍କ ସୁକନ୍ୟା ହେଉଛନ୍ତି ଅଞ୍ଜଳି।

453
6357 views